କଟକଣା ଭିତରେ ଫିଲ୍ମ ଓ ଧାରାବାହିକ ସୁଟିଂକୁ ଅନୁମତି ଦେଲେ ସରକାର

ଜାରି ହେଲା ଏସଓପି

Film Crew On Location Movie Shooting, Film Shooting on Top Hills

ନୂଆଦିଲ୍ଲୀ : ସାରା ଦେଶରେ କିଛି ଯଦି ବନ୍ଦ ଥିଲା ତାହା ହେଉଛି ନୂଆ ଫିଲ୍ମର ନିର୍ଦ୍ଦେଶନା ଓ ସୁଟିଂ ସେଟ୍‌ । ତେବେ ସବୁ ବାଦ ମଧ୍ୟ ଭାରତୀୟଙ୍କ ସିନେମାପ୍ରେମ ଏହି କରୋନା କାଳରେ ମଧ୍ୟ ଥମିନଥିଲା । ଅଭିନୟ, କଳାକାର ଓ ସୁଟିଂ ସେଟ୍‌ ବଡ଼ବଡ଼ ସିନେମା ହଲର ପରଦା ଛାଡ଼ି ନେଟଫ୍ଲିକ୍ସ ଓ ଆମାଜନ ଭଳି ପ୍ଲାଟଫର୍ମକୁ ଚାଲି ଯାଇଥିଲେ । ସରକାର ଏବେ ଏସବୁ ସାନି ଆରମ୍ଭ କରିବା ଉପରେ ବିଚାର କରୁଛନ୍ତି ।

ଫିଲ୍ମଜଗତ ସାମାନ୍ୟ ଚଳଚଂଚଳ କରିବାର ସୁଯୋଗ ଦେଉଛନ୍ତି । ଏଥିପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଏଓପି ଜାରି କରିଛି । ସୁଟିଂ ସେଟରେ ମାସ୍କ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଛି । ଫିଲ୍ମ ଓ ଟିଭି ସିରିଏଲର ସୁଟିଂ କାମ ପୁରା ସତର୍କତାର ସହ କରିବାକୁ ଅନୁମତି ମିଳିଛି । ସୁଟିଂ ସେଟରେ ଭିଡ ନିୟନ୍ତ୍ରଣ ହେବ, ଉଚିତ୍‌ ସ୍ୱଚ୍ଛତା ଅବଲମ୍ବନ ହେବାକୁ ଏସଓପିରେ ଉଲ୍ଲେଖ ଅଛି । ମେକଅପ ଆର୍ଟିଷ୍ଟ ଓ ହେୟାର ଷ୍ଟାଇଲିଷ୍ଟ ପିନ୍ଧିବେ ପିପିଇ କିଟ୍‌ । ଗ୍ଲୋବସ ପିନ୍ଧିବା ମଧ୍ୟ ବାଧ୍ୟତାମୂଳକ କରଯାଇଛି । ପୂର୍ବ ପରି ଭିଜିଟର ଓ ଦର୍ଶକ ସୁଟିଂ ସେଟକୁ ଆସି ପାରିବେ ନାହିଁ । କ୍ରୀୟୁ ମେମ୍ବରଙ୍କ ଫୋନରେ ଆରୋଗ୍ୟ ସେତୁ ଆପ୍‌ ବାଧ୍ୟତାମୂଳକ । ଥର୍ମାଲ ସ୍କ୍ରିନିଂ ସହ ସିମଟମ୍ସ ନଥିବା ଲୋକ ହିଁ ସୁଟିଂ ପରିସରକୁ ପ୍ରବେଶ କରିପାରିବେ ।

Leave A Reply

Your email address will not be published.