ଭଣ୍ଡ ବାବା ଚିକିତ୍ସା ନାଁରେ ଚଳାଉଥିଲା ସେକ୍ସ ରାକେଟ୍ : ଆପତ୍ତିଜନକ ଅବସ୍ଥାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍

ଲକ୍ଷ୍ନୌ : ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସେକ୍ସ ରାକେଟ୍ ଚଲାଇବା ଅଭିଯୋଗରେ କଳା ବାବା ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ୍ ଗିରଫ କରିଛି। ଅଭିଯୋଗ ଅନୁସାରେ,ବାବା,ରୁମ୍ ଭିତରେ ଚିକତ୍ସା ନାମରେ ମହିଳାଙ୍କ ସହ ସେକ୍ସ ରାକେଟ୍ ଚଲାଇଥିଲେ।ଏହା ବିଷୟରେ ସ୍ଥାନୀୟ ଲୋକଙ୍କୁ ଜଣା ପଡ଼ିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ପହଞ୍ଚି ବାବା,ମହିଳା ଏବଂ ଆଉ ଜଣେ ବ୍ୟକ୍ତିଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ ଏବଂ ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ କରି ଦେଇଥିଲେ। ପୋଲିସ୍ ବାବାକୁ ଗିରଫ କରି ଜେଲ୍ ପଠାଇ ଦେଇଛି।

ସୂଚନା ମୁତାବକ,ଲକ୍ଷ୍ନୌ ଥାନାର ହୁସୈନାବାଦରେ ଜଣେ ବାବା ମହିଳାଙ୍କ ଧଳା ଛଉ ଏବଂ ବନ୍ଧ୍ୟାତ୍ବର ଚିକିତ୍ସା କରିଥାଏ। କିନ୍ତୁ ସ୍ଥାନୀୟ ଲୋକେ ଅନେକ ଥର ସେଠାରେ ମହିଳା ଏବଂ ପୁରୁଷଙ୍କୁ ଯିବାର ଦେଖିଥିଲେ ଏବଂ ସେକ୍ସ ରାକେଟ ଚାଲିଥିବା କଥା ଜାଣି ପାରିଥିଲେ।ଏହି ସମୟରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବାବା ସହ ଜଣେ ମହିଳା ଏବଂ ପୁରୁଷଙ୍କୁ ଆପତ୍ତିଜନକ ସ୍ଥିତିରେ ଧରିଥିଲେ ଏବଂ ଭିଡିଓ କରିଥିଲେ ଯାହା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି କଳା ବାବାକୁ ଗିରଫ କରିଛି ଏବଂ ଆଇପିସିର ଧାରା 354, 354 B, 420 ରେ ମାମଲା ରୁଜୁ କରି ଜେଲ୍ ପଠାଇ ଦେଇଛି।

Leave A Reply

Your email address will not be published.