ହୃଦୟ ବିଦାରକ: ୬ ବର୍ଷର ଶିଶୁ କନ୍ୟାକୁ ଜିଅନ୍ତା ପୋଡି ଘୋଡାଇ ଦେଇଥିଲା ବସ୍ତା, ଦରପୋଡା ଶବ ଜବତ

ଚଣ୍ଡୀଗଡ଼ : ପଞ୍ଜାବ ହୋଶିଆରପୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ଟାଣ୍ଡା ଜଲାଲପୁରରେ ୬ ବର୍ଷ ନିରୀହ ଶିଶୁକୁ ଜିଅନ୍ତା ପୋଡି ଦେବା ମାମଲା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା। ଶିଶୁକୁ ଜାଳି ତାର ଦରପୋଡା ଶରୀରକୁ ବସ୍ତାରେ ଘୋଡେଇ ଦିଆଯାଇଥିଲା। ମାମଲା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୋଲିସ ପହଞ୍ଚି ଶିଶୁର ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଥିଲା। ଶିଶୁକୁ ହତ୍ୟା ପୂର୍ବରୁ ଦୁଷ୍କର୍ମ କରାଯାଇଛି କି ତାହା ପୋଲିସ ପତା କରୁଛି।ସୂଚନା ଅନୁଯାୟୀ, ୬ ବର୍ଷର ଶିଶୁ କନ୍ୟାର ପିତା ରାହୁଲ ସୁରଜିତ ସିଂହ ନାମକ ଜଣେ ବ୍ୟକ୍ତିର ଡ୍ରାଇଭର ଭାବେ କାମ କରନ୍ତି। ଶିଶୁର ମା କହିଛନ୍ତି ଯେ ଶିଶୁ ଅପରାହ୍ନରୁ ନିଖୋଜ ଥିଲା। ପତା କରିବାରୁ ଜଣାପଡିଥିଲା ଯେ ସୁରଜିତ ସିଂହର ପୁଅ ଶିଶୁକୁ ନିଜ ସହ ନେଇଯାଇଥିଲା। ଏହାପରେ ସୁରଜିତ ସିଂହର ହବେଲିକୁ ଯାଇ ଦେଖିବାରୁ ବସ୍ତା ଘୋଡାହୋଇଥିବା ଶିଶୁର ଦରପୋଡା ଶବ ପଡିଛି।ଟାଣ୍ଡା ପୋଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ତେବେ ଖୁବ ଶୀଘ୍ର ସତ ସାମ୍ନାକୁ ଆସିବ ଏବଂ ଅଭିଯୁକ୍ତ ଗିରଫ ହେବ ବୋଲି ପୋଲିସ କହିଛି।

Leave A Reply

Your email address will not be published.