କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର! ଦୀପାବଳି ପୂର୍ବରୁ ମୋଦି ସରକାର ଦେଇପାରନ୍ତି ବଡ଼ ଉପହାର

ନୂଆଦିଲ୍ଲୀ : କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଖୁସି ଖବର। ଦୀପାବଳି ପୂର୍ବରୁ ମୋଦି ସରକାର ଦେଇପାରନ୍ତି ବଡ଼ ଉପହାର। କରୋନା ସଙ୍କଟ କାଳରେ କେନ୍ଦ୍ର ସରକାର ସିପିଆଇ-ଆଇଡବ୍ଲୁୟୁର ଆଧାର ବର୍ଷ ବଦଳାଇବା କାମ କରିପାରନ୍ତି। ଯଦି ଏଭଳି ହୁଏ ତା​ହେଲେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିପାଇବାର ସମ୍ଭାବନା ରହିଛି। ଯାହାର ଲାଭ ୪୮ ଲକ୍ଷ କର୍ମଚାରୀଙ୍କୁ ହେବ।

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବୃଦ୍ଧି ପାଇପାରେ। ଶିଳ୍ପ ଶ୍ରମିକଙ୍କ ପାଇଁ ଗ୍ରାହକ ମୂଲ୍ୟ ସୂଚକାଙ୍କର ବେସ୍ ଇୟର ୨୦୦୧ ଯାହାକୁ ୨୦୧୬ କରିବା ନେଇ ପ୍ରସ୍ତୁତି ଚାଲିଛି। ଏହା ଦ୍ବାରା ଦେଶର ତିନି କୋଟି ଶିଳ୍ପ ଶ୍ରମିକଙ୍କୁ ଲାଭ ମିଳିବ ଓ ସେମାନଙ୍କ ପକେଟକୁ ଆସିବ ଅଧିକ ଟଙ୍କା ।

କେନ୍ଦ୍ର କର୍ମଚାରୀଙ୍କୁ ଏହାର ଲାଭ କିନ୍ତୁ ତତ୍କାଳ ମିଳିବ ନାହିଁ। କାରଣ ଡିଏ ଉପରେ ସରକାର ୨୦୨୧ ଜୁନ୍ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି। ଏହା ପରେ ମଧ୍ୟ ଗ୍ରାହକ ମୂଲ୍ୟ ସୂଚକାଙ୍କର ଆଧାର ବର୍ଷ ପରିବର୍ତନ ହେବା ଦ୍ବାରା ଭବିଷ୍ୟତରେ ଏହାର ଲାଭ କେନ୍ଦ୍ର କର୍ମଚାରୀଙ୍କୁ ମିଳିବ। ବର୍ତମାନ ୧୭ ପ୍ରତିଶତ ମହଙ୍ଗା ଭତ୍ତା ବା ଡିଏ କେନ୍ଦ୍ର କର୍ମଚାରୀଙ୍କୁ ସରକାର ଦେଇଥାନ୍ତି।

ଅନ୍ୟପଟେ ମୋଦି ସରକାର ୧୦ ହଜାର ଟଙ୍କାର ସ୍ପେଶାଲ ଫେଷ୍ଟିଭାଲ ଆଡଭାନ୍ସ କେନ୍ଦ୍ର କର୍ମଚାରୀଙ୍କୁ ଦେବାକୁ ଯାଉଛନ୍ତି। ଯେଉଁଥିରେ କୌଣସି ସୁଧ ମିଳିବ ନାହିଁ। ଏହା ସହ ହଲିଡେ ଟ୍ରାଭେଲ କନସେସ୍ (ଏଲଟିସି) ବଦଳରେ ନଗଦ କ୍ୟାସ ଭାଉଚର ମିଳିବ।

ଏହାର ଉଦ୍ଦେଶ୍ୟ ପାର୍ବଣ ଋତୁରେ ଉପଭୋକ୍ତାଙ୍କ ଚାହିଦାରେ ସୁଧାର ଆଣିବା ତଥା ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା। ଏଲଟିସି ବଦଳରେ ଯେଉଁ ନଗଦ ଭାଉଚର ମିଳିବ ସେଥିରେ କର୍ମଚାରୀ ଏମିତି ଜିନିଷ କିଣିପାରିବେ ଯେଉଁଥିରେ ୧୨ ପ୍ରତିଶତ ବା ତାଠାରୁ ଅଧିକ ଜିଏସଟି ଲାଗିଥାଏ। ମାତ୍ର ଏଥିରେ କୌଣସି ଖାଦ୍ୟ ସାମଗ୍ରୀ ସାମିଲ ହେବ ନାହିଁ। କେନ୍ଦ୍ର କର୍ମଚାରୀଙ୍କ ବ୍ୟତୀତ ପବ୍ଲିକ ସେକ୍ଟର ଓ ବ୍ୟାଙ୍କ କର୍ମଚାରୀଙ୍କୁ ମଧ୍ୟ ଏ ସୁବିଧା ମିଳିବ। କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ମଧ୍ୟ ଏହି ଯୋଜନା ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.