କମଲନାଥଙ୍କ ଇମରତି ଦେବୀଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ : ବହିଷ୍କାର କରିବାକୁ ସୋନିଆ ଗାନ୍ଧୀଙ୍କୁ ଦାବି

ଭୋପାଳ: ନିକଟରେ ମଧ୍ୟ ପ୍ରଦେଶ ଉପ ନିର୍ବାଚନରେ ପ୍ରଚାର ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପି ନେତା ତଥା ମନ୍ତ୍ରୀ ଇମରତି ଦେବୀଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇଥିଲେ। ଏବେ ଇମର୍ତ୍ତୀ ଦେବୀ ମୁହଁ ଖୋଲି କମଲନାଥଙ୍କୁ ଦଳରୁ ବହିଷ୍କାର କରିବାକୁ କଂଗ୍ରେସର ସଭାପତି ସୋନିଆ ଗାନ୍ଧୀଙ୍କୁ ଅପିଲ୍ କରିଛନ୍ତି।ସେ କହିଛନ୍ତି ଯେ, ଗରିବ ପରିବାରରେ ଜନ୍ମ ନେଇ ମୁଁ କଣ ଭୁଲ୍ କରିଛି ? ମୁଁ ଯଦି ଦଳିତ ପରିବାରରୁ ଆସିଛି ତେବେ ମୋର ଭୁଲ୍ କଣ ? ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପରି ଲୋକ ମଧ୍ୟପ୍ରଦେଶରେ ରହିବାର କୌଣସି ଅଧିକାର ନାହିଁ। ତାଙ୍କୁ ଦଳରୁ ବହିଷ୍କାର କରିବାକୁ ମୁଁ ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଦାବି କରିଛନ୍ତି। ସେ ମଧ୍ୟ ଜଣେ ମା। ଯଦି ତାଙ୍କ ଝିଅ ପ୍ରତି କେହି ଏଭଳି ଅଭଦ୍ର ଟିପ୍ପଣୀ କରିଥାନ୍ତେ ତେବେ ମା ହିସାବରେ କଣ ସେ ଏହାକୁ ସହ୍ୟ କରିଥାନ୍ତେ ବୋଲି ଇମର୍ତ୍ତୀ ଦେବୀ ପ୍ରଶ୍ନ  କରିଛନ୍ତି।

ନିକଟ ଦିନରେ କମଲାନାଥଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଭିଡିଓରେ କମଲନାଥ ଉପ ନିର୍ବାଚନରେ ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ଇମର୍ତ୍ତୀ ଦେବୀଙ୍କ ପ୍ରତି ଆଶାଳୀନ ଶବ୍ଦ ପ୍ରୟୋଗ କରିଥିବା ଦେଖିବାକୁ ମିଳିଛି। ଏଥିରେ କମଲନାଥ ଇମର୍ତ୍ତୀ ଦେବୀଙ୍କୁ ଆଇଟମ ବୋଲି କହିଛନ୍ତି।

ନଭେମ୍ବର ୩ରେ ପ୍ରଥମ ପର୍ଯ୍ୟାୟରେ ୨୮ ବିଧାନସଭା ଆସନରେ ହେବାକୁ ଥିବା ମତଦାନ ପାଇଁ କମଲନାଥ ପ୍ରଚାର ଅଭିଯାନରେ ଜୁଟିଛନ୍ତି। କଂଗ୍ରେସର ବରିଷ୍ଠ ନେତା କମଲନାଥ ବିଜେପି ପ୍ରାର୍ଥୀ ତଥା କ୍ୟାବିନେଟ୍ ମନ୍ତ୍ରୀ ଇମର୍ତ୍ତୀ ଦେବୀଙ୍କୁ ‘ଆଇଟମ୍‌’ କହିଛନ୍ତି। ଉଲ୍ଲେଖନୀୟ ଇମରତି ଦେବୀ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। କମଲନାଥ  ଇମର୍ତ୍ତୀ ଦେବୀଙ୍କ ବିଷୟରେ କହିଛନ୍ତି, ଆପଣ ତ ମୋ ଅପେକ୍ଷା ତାଙ୍କୁ ବେଶ୍‌ ଭଲ ଭାବେ ଜାଣିଛନ୍ତି। ମୋତେ ଆପଣଙ୍କୁ ପ୍ରଥମରୁ ହିଁ ସାବଧାନ କରିବା ଉଚିତ୍ ଥିଲା, କଣ ‘ଆଇଟମ୍‌’ ସେ।

ବିଜେପି ମକଲନାଥଙ୍କ ଏହି ମନ୍ତବ୍ୟରେ ଦୃଢ ପ୍ରତିବାଦ  ଜଣାଇଛି। ନିର୍ବାଚନ ଆୟୋଗଙ୍କଠାରେ କମଲନାଥଙ୍କ ବିରୋଧରେ ବିଜେପି ମାମଲା ମଧ୍ୟ ରୁଜୁ କରିଛି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନ ଅରୁଚିକର ମନ୍ତବ୍ୟ ନେଇ କମଲନାଥଙ୍କୁ କଠୋର ଶବ୍ଦରେ ସମାଲୋଚନା କରିଛନ୍ତି। ଏଥିସହ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ସୋମବାର ପୂର୍ବାହ୍ନ ୧୦ଟାରୁ ୧୨ ପର୍ଯ୍ୟନ୍ତ ଦୁଇ ଘଣ୍ଟା ନିରବ ପ୍ରାର୍ଥନା କରିଛନ୍ତି।

Leave A Reply

Your email address will not be published.