୧୫ କୋଟି ଟଙ୍କ‌ାର ଡ୍ରଗ୍ସ ଜବତ କରିବା ସହ ୪ ଜଣଙ୍କୁ ଗିରଫ କଲା ଆସାମ ପୋଲିସ

ଗୌହ୍ବାଟୀ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବେନିୟମ୍‌ ଡ୍ରଗ୍ସ କାରବାର ବିରୋଧରେ କଡ଼ା ନଜର ରହିଥିବା ବ‌େଳେ ଆସାମ ପୁଲିସ୍‌ ରବିବାର ଚାରିଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ପ୍ରାୟ ୧୫ କୋଟି ଟଙ୍କାରୁ ଊର୍ଧ୍ବ ଟଙ୍କାର ହେରୋଇନ ଜବତ ହୋଇଛି।

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସବ୍-ଇନ୍ସପେକ୍ଟର ମନୁଜଲ ଗୋଗୋଇଙ୍କ ନେତୃତ୍ୱରେ ଡ୍ରଗ୍ସ ଯାଉଥିବା ଏକ ଟ୍ରକ୍‌କୁ ରାସ୍ତା ମଝିରେ ଅଟକା ଯାଇଥିଲା। ଆଙ୍ଗ୍ଲୋଙ୍ଗ ଜିଲ୍ଲାରୁ ଟ୍ରକ୍‌ଟିକୁ ଅଟକାଇବା ପରେ ସେଥିରୁ ୬ଟି ପ୍ୟାକେଟ୍‌ରୁ ପ୍ରାୟ ୩.୪୫ କିଲୋ ହେ‌ରୋଇନ୍‌ ଜବତ କରାଯାଇଥିଲା।

Leave A Reply

Your email address will not be published.