ନୂଆଦିଲ୍ଲୀ: ଦେଶରେ କରୋନା ଭାଇରାସ୍ ତା’ର ଶୀର୍ଷସ୍ତର ଦେଇ ଗତି କରିସାରିଛି । ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ବୈଜ୍ଞାନିକଙ୍କ କମିଟି ପକ୍ଷରୁ ଏହା କୁହାଯାଇଛି । କମିଟିର ସୂଚନା ମୁତାବକ ୨୦୨୧ ଯାଏଁ ଏହି ମହାମାରୀ ଦେଶରୁ ସମାପ୍ତ ହେବାର ସମ୍ଭାବନା ରହିଛି । ଭାରତରେ ୧୦.୬ ମିଲିୟନ ଅର୍ଥାତ ୧ କୋଟି ୬ ଲକ୍ଷ ଠାରୁ ଅଧିକ ମାମଲା ଦେଖିବାକୁ ମିଳିବ ନାହିଁ । ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷରୁ ଅଧିକ ରହିଛି । ଜାତୀୟ ଗଣମାଧ୍ୟମକୁ କମିଟି ପକ୍ଷରୁ ଦିଆଯାଇଥିବା ସାକ୍ଷାତକାର ଅନୁଯାୟୀ, ଭୂତାଣୁରୁ ସୁରକ୍ଷା ନେଇ ଆପଣାଯାଉଥିବା ଉପାୟ ଜାରି ରଖିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି ।

ଲକଡାଉନ୍ ଲାଗୁ କରାଯାଇ ନଥିଲେ ୨୫ ଲକ୍ଷରୁ ଅଧିକ ପ୍ରାଣ ହାନୀ ହୋଇଥାନ୍ତା
ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟରାଘବନ ଏହି ସିମିତି ଗଠନ କରିଥିଲେ । ଆଇଆଇଟି ହାଇଦ୍ରାବାର ପ୍ରଫେସର ବିଦ୍ୟାସାଗର ଏହାର ମୁଖ୍ୟ । କମିଟି ମୁତାବକ ଯଦି ଭାରତରେ ମାର୍ଚ୍ଚ ମାସରେ ଲକଡାଉନ୍ ଲାଗୁ କରାଯାଇ ନଥାନ୍ତା, ତେବେ ଦେଶରେ ୨୫ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥାନ୍ତା । ଏଯାଏଁ ମହାମାରୀ ଯୋଗୁଁ ୧.୧୪ ଲକ୍ଷ ରୋଗୀଙ୍କ ମୃତ୍ୟୁ ହୋଇଛି ।

ସେକେଣ୍ଡ ଆଟାକ୍ ନେଇ ବିପଦ ଜାରି ରହିଛି
ନିତି ଆୟୋଗ ସଦସ୍ୟ ଏବଂ କୋଭିଡ ଏକ୍ସପର୍ଟ ପ୍ୟାନେଲ ଚିଫ୍ ଡ. ବିକେ ପଲ୍ ନ୍ୟୁଜ ଏଜେନ୍ସି ପିଟିଆଇ ସହ ହୋଇଥିବା କଥାବାର୍ତ୍ତାରେ କହିଛନ୍ତି ଯେ, ଗତ ୩ ସପ୍ତାହ ମଧ୍ୟରେ ନୂଆ ମାମଲା ଓ ମୃତ୍ୟୁ ସଂଖ୍ୟା କମିଛି । କିନ୍ତୁ ଶୀତ ଦିନରେ ଭାରତରେ କରୋନା ସଂକ୍ରମଣ ଦ୍ୱିତୟ ଲହର ଦେଖିବାକୁ ମିଳିପାରେ । କୋଭିଡ-୧୯ ଟିକା ଆସିଗଲା ପରେ, ଏହାକୁ ନାଗରିକଙ୍କ ନିମନ୍ତେ ଉପଲବ୍ଧ କରିବା ପାଇଁ ପର୍ଯ୍ୟାପ୍ତ ସାଧନ ରହିଛି । ଏଯାବତ୍ ଭାରତ ଅନ୍ୟ ଦେଶ ତୁଳନାରେ ବହୁତ ଭଲ ସ୍ଥିତିରେ ରହିଛି । କିନ୍ତୁ ଏବେ ଲଢ଼େଇ ବାକି ଅଛି, କାହିଁକି ନା ୯୦ ପ୍ରତିଶତ ଲୋକ ଏବେ ମଧ୍ୟ ଅତି ଆରାମରେ ଭୂତାଣୁ ଦ୍ୱାରା ସଂକ୍ରମିତ ହେଉଛନ୍ତି ।