ଶୀତଦିନେ କରୋନା ସ୍ଥିତି ସାଂଘାତିକ ହେବ: ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ମୁକାବିଲା କମିଟିର ପରାମର୍ଶ

ନୂଆଦିଲ୍ଲୀ: କରୋନାର ସାଂଘାତିକ ସ୍ଥିତି ଆସୁଛି । ଶୀତଋତୁରେ ସାବଧାନ ନରହିଲେ କୋଭିଡ ମୁକାବିଲା ପାଇଁ ନିଆଯାଇଥିବା ସମସ୍ତ ପଦକ୍ଷେପ ବିଫଳ ହୋଇଯିବ  । ସ୍ଥିତି ଏତେ ସାଂଘାତିକ ହେବ ଯେ ମାସକୁ ୨୬ ଲକ୍ଷ ପର୍ଯ୍ୟନ୍ତ କରୋନା ରୋଗୀ ଚିହ୍ନଟ ହୋଇପାରନ୍ତି । ପାର୍ବଣ ଋତୁରେ ଭୟଙ୍କର ହୋଇପାରେ କରୋନା ସ୍ଥିତି  । ସତର୍କ ନରହିଲେ ପିକ୍ ଲେବଲ ଭଳି ସ୍ଥିତି ପୁଣି ଫେରିପାରେ । ମାତ୍ର ୩୦ ପ୍ରତିଶତ ଲୋକଙ୍କର ବୃଦ୍ଧି ପାଇଛି ଇମ୍ୟୁନିଟି  ।  ୯ଘଣ୍ଟା ପର୍ଯ୍ୟନ୍ତ ଚର୍ମରେ ସକ୍ରିୟ ରହୁଛି ଭାଇରସ  । ଏବେ ପାର୍ବଣ ଋତୁ  । ଏହି ସମୟ ସବୁଠାରୁ ଗୁରୁତ୍ୱପୂୂର୍ଣ୍ଣ । ସତର୍କ ନରହିଲେ କୋଭିଡ୍‌ ମୁକାବିଲା ପାଇଁ ନିଆଯାଇଥିବା ସବୁ ପଦକ୍ଷେପ ପାଣିରେ ମିଳେଇଯିବ  । ସତର୍କ ନରହିଲେ ଶୀତଦିନରେ କରୋନା ସଂକ୍ରମଣ ହୁହୁ ହୋଇ ବଢିପାରେ ବୋଲି କେନ୍ଦ୍ର ସରକାରଙ୍କ କରୋନା ମୁକାବିଲା କମିଟି ରିପୋର୍ଟ ପ୍ରକାଶ କରିଛି  । ଏହି ସ୍ଥିତି ଏତେ ସାଂଘାତିକ ହେବ ଯେ ମାସକୁ ୨୬ ଲକ୍ଷ ପର୍ଯ୍ୟନ୍ତ କରୋନା ରୋଗୀ ଚିହ୍ନଟ ହୋଇପାରନ୍ତି । ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଓ କାଳୀପୂଜା ହେଉଥିବା ସ୍ଥାନରେ ଭିଡ଼ ନଜମାଇବା ସହ କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ପରାମର୍ଶ ଦିଆଯାଇଛି  ।

Leave A Reply

Your email address will not be published.