କରୋନାରେ ବରିଷ୍ଠ ଆଇପିଏସ୍ ଅଧିକାରୀ ବିନୋଦ କୁମାରଙ୍କ ପରଲୋକ

ପାଟନା : ବିହାର ରାଜଧାନୀ ପାଟନାରୁ ଏକ ବଡ ଖବର ଆସିଛି। ଭାରତୀୟ ପୋଲିସ ସେବାର ଜଣେ ବରିଷ୍ଠ ଅଧିକାରୀ କରୋନାରେ ପ୍ରାଣ ହରାଇଛନ୍ତି। ବିହାର କ୍ୟାଡର ଆଇପିଏସ ଅଧିକାରୀ ଓ ପୁର୍ଣିଆ ରେଞ୍ଜ ଆଇଜି ବିନୋଦ କୁମାର କରୋନାରେ ସଂକ୍ରମିତ ହେବାପରେ ଗତ ୪ ଦିନ ହେଲା ପାଟନା ଏମ୍ସରେ ଭର୍ତ୍ତି ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଶନିବାର ରାତି ୧୧ଟା ରେ ବିନୋଦ କୁମାରଙ୍କ ମୃତ୍ୟୁ ହୋଇଛି। ୫୯ ବର୍ଷ ବୟସ୍କ ବିନୋଦ କୁମାର ସିଂହଙ୍କୁ ମଧୁମେହ ଥିଲା। ତାଙ୍କ ମୃତ୍ୟୁ ସୂଚନା ଏମ୍ସ ଅଧିକ୍ଷକ ଡ.ସି.ଏମ ସିଂହ ଦେଇଛନ୍ତି। ବିହାର ସରକାରଙ୍କ ଏହି ପୋଲିସ ଅଧିକାରୀଙ୍କ ମୃତ୍ୟୁ ଖବର ପୁରା ପୋଲିସ ବିଭାଗକୁ ଦୋହଲାଇ ଦେଇଛି। ପୋଲିସ ବିଭାଗରେ ଶୋକର ଛାୟା ଖେଳି ଯାଇଛି। ଆଇଜି ବିନୋଦ କୁମାରଙ୍କ ପୂର୍ବରୁ ବିହାର ସରକାରଙ୍କ ଜଣେ ମନ୍ତ୍ରୀଙ୍କ କରୋନାରେ ଦେହାନ୍ତ ହୋଇଥିଲା। ଶୁକ୍ରବାର ସକାଳେ ନୀତିଶ ସରକାରଙ୍କ ପଞ୍ଚାୟତିରାଜ ମନ୍ତ୍ରୀ କପିଳ ଦେବ କାମତଙ୍କ ଦେହାନ୍ତ ହୋଇଥିଲା। ସେ କରୋନାରେ ପୀଡିତ ଥିଲେ। ସେ ଅନେକ ଦିନ ହେଲା ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ଥିଲେ।

Leave A Reply

Your email address will not be published.