ବର୍ବରତା: ମହିଳାଙ୍କୁ ଦୁଷ୍କର୍ମ କରି ଛୋଟ ଶିଶୁ ସହ ନଦୀକୁ ଫୋପାଡ଼ିଦେଲେ

ପାଟଣା: ବିହାର ବକ୍ସରରେ ଘଟିଛି ଲୋମହର୍ଷଣକାରୀ ଘଟଣା । ନିଜ ପାଞ୍ଚ ବର୍ଷର ପୁଅ ସହିତ ବ୍ୟାଙ୍କ ଯାଉଥିବା ମହିଳା ହୋଇଛନ୍ତି ଗଣଦୁଷ୍କର୍ମର ଶିକାର । ଏହା ପରେ ମହିଳା ଏବଂ  ତାଙ୍କ ଶିଶୁକୁ ସହିତ ବାନ୍ଧି ନଦୀକୁ ଫୋପାଡ଼ି ଦେଇଥିଲେ । ଯାହା ଦ୍ୱାରା ଶିଶୁଟିର ମୃତ୍ୟୁ ହୋଇଥିଲା । ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।ଘଟଣା ଅନୁଯାୟୀ, ବକ୍ସରର ମୁରାର ଥାନାର ଓଝା ବରାବ ଗାଁରେ ପୀଡ଼ିତା ମହିଳା ଜଣଙ୍କ ନିଜର ପାଞ୍ଚ ବର୍ଷର ଛୁଆକୁ ନେଇ ବ୍ୟାଙ୍କ ଯାଉଥିବା ଜଣେ ମହିଳାଙ୍କୁ ତାଙ୍କ ୫ ବର୍ଷର ଶିଶୁ ସହ ଅପହରଣ କରିନିଆଗଲା । ପରେ ଗଣଦୁଷ୍କର୍ମ କରିବା ସହ ମହିଳା ଏବଂ ତାଙ୍କ ଛୋଟ ଶିଶୁକୁ ବାନ୍ଧି ନଦୀକୁ ଫୋପାଡ଼ି ଦିଆଯାଇଥିଲା ।

            ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ବାପାଙ୍କ କହିବା ଅନୁଯାୟୀ, ମହିଳା ଜଣଙ୍କ ନିଜ ପାଞ୍ଚ ବର୍ଷର ଶିଶୁକୁ ନେଇ ବ୍ୟାଙ୍କକୁ ବାହାରିଥଇଲେ । କିନ୍ତୁ ୧୧ଟାରେ  ପରେ ତାଙ୍କ ମୋବାଇଲ ବନ୍ଦ ହୋଇଯାଇଥିଲା । ପର ଦିନ ସକାଳେ ଝିଅ ସହିତ ତାଙ୍କ ଛୁଆକୁ ବନ୍ଧା ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । କିନ୍ତୁ ସେତେବେଳକୁ ଆଖି ବୁଜିସାରିଥିଲା ଛୋଟ ଛୁଆଟି । ପୀଡ଼ିତା ମହିଳଙ୍କ ବାପାଙ୍କ କହିବା ଅନୁଯାୟୀ କିଛି ଲୋକ ମହିଳାଙ୍କ ଯିବା ବାଟରେ ତାକୁ ଘେରିନେଇଥିଲେ ପରେ ତାକୁ ସେଠାରୁ ଅପହରଣ କରିନେଇଥିଲେ ଏବଂ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ । ପରେ ଶିଶୁ ସହ ମହିଳାଙ୍କୁ ବାନ୍ଧି ନଦୀକୁ ଫୋପାଡ଼ି ଦେଇଥିଲେ । କିଛି ଲୋକ ମହିଳାଙ୍କୁ ନଦୀ କୂଳରୁ ଉଦ୍ଧାର କରିଥିବା ସୂଚନା ରହିଛି । କିନ୍ତୁ ଶିଶୁଟିକୁ ମୃତ୍ୟୁ ମୁଖରୁ ବଞ୍ଚାଇପାରିଲେନି । ତେବେ ଏବେ ହସ୍ପିଟାଲରେ ମହିଳାଙ୍କ ଚିକିତ୍ସା ଚାଲିଛି । ଏବଂ ଅପରାଧୀଙ୍କୁ ଗିରଫ କରି ପଚରାଉଚରା କରୁଛନ୍ତି ।

Leave A Reply

Your email address will not be published.