୨୦୦ କୋଭିଡ ରୋଗୀଙ୍କୁ ହସପିଟାଲରେ ପହଞ୍ଚାଇଥିବା ଦିଲ୍ଲୀର ଆମ୍ବୁଲାନ୍ସ ଡ୍ରାଇଭର ଆରିଫ ଖାନଙ୍କ ପରଲୋକ, କରୋନାରେ ଥିଲେ ସଂକ୍ରମିତ

ନୂଆଦିଲ୍ଲୀ : ସମଗ୍ର ପୃଥିବୀ କରୋନା ଭାଇରସ ମହାମାରୀର ସଜା ଭୋଗୁଛି। ସାତ ମାସ ହେବ କରୋନା ଯୋଦ୍ଧାମାନେ ଜୀବନକୁ ବିପଦରେ ପକାଇ ଅନ୍ୟର ଜୀବନ ବଞ୍ଚାଉଛନ୍ତି। କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ଅନ୍ତିମ ସଂସ୍କାର କରିବା ପାଇଁ ମଧ୍ୟ ଆଗକୁ ଆସୁଛନ୍ତି କରୋନା ଯୋଦ୍ଧା। ଏହି କ୍ରମରେ ଏମିତି ଜଣେ କରୋନା ଯୋଦ୍ଧା ଥିଲେ ଆରିଫ ଖାନ୍। ସେ ଅନ୍ୟର ଜୀବନ ବଞ୍ଚାଉ ବଞ୍ଚାଉ ନିଜେ କରୋନାରେ ସଂକ୍ରମିତ ହୋଇଗଲେ।ଦିଲ୍ଲୀର ସିଲମପୁର ଇଲାକାରେ ରହୁଥିବା ଆରିଫ ଖାନ କରୋନାରେ ପ୍ରାଣ ହରାଇଛନ୍ତି। ତେବେ ସେ ଥି​‌ଲେ ଆମ୍ବୁଲାନ୍ସ ଡ୍ରାଇଭର। ସେ କରୋନା ସଂକ୍ରମିତଙ୍କୁ ସାହାଯ୍ୟ କରୁଥିଲେ। ଏବେ ତାଙ୍କ ବିୟୋଗରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।

ଆରିଫ ନିଜ ଜୀବନ କଥା ଚିନ୍ତା ନ କରି ପ୍ରାୟ ୨୦୦ କରୋନା ରୋଗୀଙ୍କୁ ଠିକ ସମୟରେ ହସପିଟାଲ ପହଞ୍ଚାଇ ଥିଲେ। ଏହା ବ୍ୟତୀତ ଆରିଫ ୧୦୦ରୁ ଅଧିକ ଲୋକଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ଏହା ଦ୍ବାରା ହିଁ ସେ କରୋନାରେ ସଂକ୍ରମିତ ହୋଇ ଥିଲେ। ସଂକ୍ରମିତ ହେବା ପରେ ତାଙ୍କର ଦିଲ୍ଲୀର ହିନ୍ଦୁରାଓ ହସପିଟାଲରେ ଚିକିତ୍ସା ଚାଲିଥିଲା। ତେବେ ଗତକାଲି ସକାଳେ ତାଙ୍କର ପରଲୋକ ଘଟିଛି।

ଆରିଫ ୨୫ ବର୍ଷ ହେବ ଶହିଦ ଭଗତ ସିଂହ ସେବା ଦଳ ସହ ଜଡ଼ିତ ଥିଲେ। ସେ ଅଭାବି ଗରିବ ଲୋକଙ୍କୁ ଆମ୍ବୁଲାନ୍ସ ସେବା ଯୋଗାଉ ଥିଲେ। ତାଙ୍କ ପରିବାରକୁ ୧ କୋଟି ଟଙ୍କା ଆର୍ଥିକ ସହାୟତା କରିବା ପାଇଁ ଏବେ ଦାବି କରାଯାଉଛି।

Leave A Reply

Your email address will not be published.