ଉତ୍ସବରେ ଦୁର୍ଘଟଣା : ଖେଳୁଥିବାବେଳେ ୧୪ ଶିଶୁଙ୍କୁ ଲାଗିଲା କରେଣ୍ଟ, ୩ଜଣଙ୍କ ଅବସ୍ଥା ଗୁରୁତର

ବଳରାମପୁର : ଉତ୍ତର ପ୍ରଦେଶ ବଳରାମପୁର ଜିଲ୍ଲାରେ ଏକ ମାଙ୍ଗଳିକ କାର୍ଯ୍ୟ ସମୟରେ ୧୪ ଶିଶୁଙ୍କୁ କରେଣ୍ଟ ଲାଗିଛି। ଫଳରେ ଶିଶୁ ଗୁରୁତର ଆହତ ହୋଇଛନ୍ତି। କରେଣ୍ଟ ଲାଗିବ ପରେ ସମସ୍ତ ଶିଶୁଙ୍କୁ ଶିବପୁରା ହସ୍ପିଟାଲକୁ ନିଆଯାଇଥିଲା। ୩ ଶିଶୁଙ୍କୁ ଡାକ୍ତର ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଘଟଣା ପରେ ଘଟଣାସ୍ଥଳରେ ପୋଲିସ, ବିଜୁଳି ବିଭାଗ ଓ ପ୍ରଶାସନ ସ୍ଥରୀୟ ଅଧିକାରୀ ପହଞ୍ଚିଥିଲେ।ମାମଲା ବଳରାମପୁର ଜିଲ୍ଲା ହର୍ଷେୟା ଥାନା ଅନ୍ତର୍ଗତ ଉଦୟୀପୁର ଗାଁର ମଜରା ସ୍ଥିତ ଅର୍ଜୁନ ପ୍ରସାଦ ବର୍ମାଙ୍କ ପୁଅଙ୍କ ବ୍ରତ ଉତ୍ସବ ଥିଲା। ଉତ୍ସବରେ ପ୍ରୋଜେକ୍ଟରେ ଭିଡିଓ ଚଲାଯାଇଥିଲା। ସକାଳ ୪ଟା ରେ ଜେନେରେଟର ବନ୍ଦ କରି ବିଜୁଳି ଲାଇନ ସଂଯୋଜିତ କରାଯାଇଥିଲା। ସର୍ଟସାର୍କିଟ୍ ଯୋଗୁଁ ହାଇଟେନ୍ସନ ଲାଇନ ସପ୍ଲାଏ ଆସିଥିଲା ବୋଲି କୁହାଯାଉଛି। ହାଇଟେନ୍ସନ ଲାଇନ ପ୍ରୋଜେକ୍ଟ ସହିତ ଟେଣ୍ଟକୁ ମଧ୍ୟ ବିଜୁଳି ଆସିଥିଲା। ସେତେବେଳେ ଟେଣ୍ଟ ପାଖରେ ଖେଳୁଥିବା ୧୪ ଶିଶୁଙ୍କୁ ଏକାଥରେ କରେଣ୍ଟ ଲାଗିଥିଲା। ଶିଶୁଙ୍କୁ କରେଣ୍ଟ ଲାଗିବ ପରେ କୌଣସି ପ୍ରକାରେ ଲାଇନ କଟାଯାଇଥିଲା। ଏହାପରେ ସବୁ ଶିଶୁଙ୍କୁ ଶିବପୁରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୩ ଶିଶୁଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

Leave A Reply

Your email address will not be published.