ହ୍ୟୁମାନିଟାରିୟାନ୍ ଆକ୍ସନ୍ ଆୱାର୍ଡ ପରେ ସୋନୁ ସୁଦ୍ଙ୍କୁ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ରେ କରାଗଲା ସମ୍ମାନିତ
ମୁମ୍ବାଇ : ସଂଯୁକ୍ତ ରାଷ୍ଟ୍ର ଦ୍ୱାରା ସମ୍ମାନିତ ହେବାପରେ ବଲିଉଡ ଅଭିନେତା ସୋନୁ ସୁଦ୍ ବର୍ତ୍ତମାନ ଆଉ ଏକ ପୁରସ୍କାରରେ ସମ୍ମାନିତ କରାଯାଇଛି । ଗ୍ରାମୋଦୟ ଚାମ୍ବର୍ ଅଫ୍ କମର୍ସ ଆଣ୍ଡ୍ ଟେକ୍ନୋଲୋଜି (ଜିସିଓଟି) ସୋନୁ ସୁଦଙ୍କୁ ଗରିବ ଓ ଅଭାବୀଙ୍କୁ ସାହାଯ୍ୟ କରିଥିବାରୁ ଗୁରୁବାର ଦିନ ‘ଗ୍ରାମୋଦୟ ବନ୍ଧୁ ମିତ୍ର ପୁରସ୍କାର’ରେ ସମ୍ମାନିତ କରିଛି । ସୋନୁଙ୍କୁ ଜିସିଓଟିର ତିନି ଦିବସୀୟ ଭର୍ଚୁଆଲ୍ କନଭେନସନ୍ ପୂର୍ବରୁ ସମ୍ମାନିତ କରାଯାଇଛି । ଏହାର ଉଦଘାଟନ ତେଲେଙ୍ଗାନା ବିଧାନ ପରିଷଦ ଅଧ୍ୟକ୍ଷ ଗୁଥା ଶୁଖେନ୍ଦ୍ର ରେଡ୍ଡୀ କରିଥିଲେ । ଏହି ଅବସରରେ ସୋନୁ ସୁଦ ଜିସିଓଟିକୁ ଆଶ୍ୱାସନା ଦେଇଛନ୍ତି ଯେ ତାଙ୍କ ସଂଗଠନ, ଶକ୍ତି ଅନ୍ନଦାନମ ତାଙ୍କ ସହ କାମ କରିବ ।

ଏହା ପୂର୍ବରୁ ସୋନୁ ସୁଦଙ୍କୁ ଏଡିଜି ସ୍ପେଶାଲ ହ୍ୟୁମାନିଟାରିୟାନ୍ ଆକ୍ସନ୍ ଆୱାର୍ଡରେ ସମ୍ମାନିତ କରାଯାଇଥିଲା । ତାଙ୍କୁ ଏହି ସମ୍ମାନ ସଂଯୁକ୍ତ ରାଷ୍ଟ୍ର ବିକାଶ ପରିଷଦ କାର୍ଯ୍ୟକ୍ରମ ଦେଇଛି । ସୋମବାର ସନ୍ଧ୍ୟାରେ ସୋନୁଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ଆୱାର୍ଡରେ ସମ୍ମାନିତ ହେବାପରେ ସୋନୁ ସୁଦ କହିଥିଲେ ଯେ “ଏହା ଏକ ଦୁର୍ଲଭ ସମ୍ମାନ । ସଂଯୁକ୍ତ ରାଷ୍ଟ୍ରର ମାନ୍ୟତା ବହୁତ ସ୍ପେଶାଲ । ମୁଁ ମୋ ସକ୍ଷମ ହିସାବରେ ଯେତିକି ପାରିଛି ଲୋକଙ୍କୁ ସାହାଯ୍ୟ କରିଛି ଏବଂ ଆଗକୁ ମଧ୍ୟ କରିବି । ଏସବୁ ମୁଁ ମୋ ଦେଶବାସୀଙ୍କ ପାଇଁ କରିଛି । କିନ୍ତୁ ଯାହା ବି କରିଛି କିଛି ଆଶା ନ ରଖି କରିଛି । କିନ୍ତୁ ବର୍ତ୍ତମାନ ଯେଉଁ ସମ୍ମାନ ଓ ପରିଚୟ ମିଳିଛି ସେଠୀପିଂ ମୁଁ ବହୁତ ଖୁସି ।”