ବାବ୍ରି ମସଜିଦ ମାମଲାର ରାୟ ଶୁଣାଇଥିବା ବିଚାରପତି ଅବସର ଗ୍ରହଣ କରିବେ

ଲକ୍ଷ୍ନୌ : ବାବ୍ରି ମସଜିଦ ଭଙ୍ଗ ମାମଲାର ରାୟ ଶୁଣାଇଥିବା ସ୍ୱତନ୍ତ୍ର ସିବିଆଇ ଜଜ୍‌ ସୁରେନ୍ଦ୍ର କୁମାର ଯାଦବ ଆଜି ଅବସର ଗ୍ରହଣ କରୁଛନ୍ତି । ସେ ୨୦୧୯ରେ ଅବସର ଗ୍ରହଣ କରିବାକୁ ଥିବାବେଳେ ସୁପ୍ରିମ କୋର୍ଟ ତାଙ୍କ ଅବସର ତାରିଖକୁ ସେପ୍ଟେମ୍ବର ୩୦, ୨୦୨୦ ପର୍ଯ୍ୟନ୍ତ ବଢାଇଦେଇଥିଲେ ।ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଲକ୍ଷ୍ନୌର ସ୍ୱତନ୍ତ୍ର ସିବିଆଇ କୋର୍ଟ ଗତ ୨୦୧୭ରୁ ଏହି ମାମଲାର ଦୈନିକ ଶୁଣାଣି କରୁଥିଲେ । ସ୍ୱତନ୍ତ୍ର ସିବିଆଇ ଜଜ୍‌ ସୁରେନ୍ଦ୍ର କୁମାର ଯାଦବ ଏହି ହାଇପ୍ରୋଫାଇଲ ମାମଲାର ଦୈନିକ ଶୁଣାଣି କରୁଥିଲେ । ତେବେ ସେ ୨୦୧୯ରେ ଅବସର ଗ୍ରହଣ କରିବାକୁ ଥିବାବେଳେ, ମାମଲାର ଗୁରୁତ୍ୱ ଦୃଷ୍ଟିରୁ ତାଙ୍କ କାର୍ଯ୍ୟକାଳକୁ ଏକ ବର୍ଷ ବଢାଇ ଦିଆଯାଇଥିଲା । ସେ ଗତ ୨୦୧୫ରୁ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରୁଥଲେ ।


ଏହି ମାମଲାର ଶୁଣାଣି ବେଳେ ପ୍ରାୟ ୩୫୧ ଜଣ ସାକ୍ଷୀ ଓ ପ୍ରାୟ ୬୦୦ ଜଣ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ନିଆଯାଇଥିଲା । ଏହି ମାମଲାର ଶୁଣାଣି ଗତ ସେପ୍ଟେମ୍ବର ୧ରେ ଶେଷ ହୋଇଥିଲା ।ସ୍ୱତନ୍ତ୍ର ସିବିଆଇ କୋର୍ଟ ଆଜି ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଜୋଷୀ ଓ ଉମା ଭାରତୀଙ୍କ ସମେତ ୩୨ ଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୧୯୯୨, ଡିସେମ୍ବର ୬ରେ କରସେବକମାନେ ଅଯୋଧ୍ୟାଠାରେ ଥିବା ବାବ୍ରି ମସଜିଦକୁ ଭାଙ୍ଗି ଦେଇଥିଲେ ।

Leave A Reply

Your email address will not be published.