ବେଙ୍ଗାଲୁର: ସୋସିଆଲ ମିଡ଼ିଆରେ ଏକ ଉତେଜନମୂଳକ ପୋଷ୍ଟକୁ ନେଇ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ବ୍ୟାପକ ହିଂସାକାଣ୍ଡ ଘଟିଛି । ହିଂସାକାଣ୍ଡରେ ବ୍ୟାପକ ଭଙ୍ଗାରୁଜା ଓ ପୋଡାଜଳା ହୋଇଛି । ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇଥିବା ବେଳେ ପୁଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ଫଳରେ ପୁଲିସକୁ ଗୁଳି ଚାଳନା କରିବାକୁ ପଡିଥିଲା । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଛନ୍ତି ।
ସୂଚନା ଅନୁସାରେ, ବେଙ୍ଗାଲୁରୁର କଂଗ୍ରେସ ବିଧାୟକ ଶ୍ରୀନିବାସ ମୂର୍ତିଙ୍କ ଭଣଜା ସୋସିଆଲ ମିଡ଼ିଆରେ ଏକ ବିବାଦୀୟ ପୋଷ୍ଟ କରିଥିଲେ । ଏହାକୁ ନେଇ ପ୍ରଥମେ ସୋସିଆଲ ମିଡ଼ିଆରେ ଝଡ଼ ସୃଷ୍ଟି ହୋଇଥିଲା । ପରେ ଉତେଜନା ବଢିବା ସହ ଲୋକେ ରାସ୍ତାକୁ ଓହ୍ଲାଇଥିଲେ । ପରେ ଏହି ପୋଷ୍ଟକୁ ଡିଲିଟ କରିଦିଆଯାଇ ଥିଲା । ହେଲେ ଲେକାଙ୍କ କ୍ରୋଦ୍ଧ କମିନଥିଲା । ଉତ୍ୟକ୍ତ ଲୋକେ ବିଧାୟକଙ୍କ ଘର ଉପରକୁ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ।
ଖବରପାଇ ପୁଲିସ ପହଁଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଠା କରିଥିଲା । ଏହି ସମୟରେ ପୁଲିସ ଓ ଜନତା ମୁହାଁମୁହିଁ ହୋଇଥିଲେ । ଏପରିକି ଲୋକେ ପୁଲିସ ଉପରକୁ ଢେଲାପଥର ମାଡ କରିଥିଲେ । ଢେଲା ପଥର ମାଡ ଜଣେ ଅତିରିକ୍ତ ପୁଲିସ କମିଶନରଙ୍କ ସମେତ ୬୦ରୁ ଅଧିକ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ପୁଲିସ ପ୍ରଥମେ ଲାଠି ମାଡ ପରେ ଗୁଳି ଚାଳନା କରିଥିଲା । ଫଳରେ ଗୁଳି ମାଡରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଶହେରୁ ଅଧିକ ଆହତ ହୋଇଥିଲେ । ପରେ ଲୋକେ ଛତ୍ରଭଙ୍ଗ ଦେଇଥିଲେ । ଏହି ଘଟଣା ପରେ ହିଂସାକାଣ୍ଡ ଘଟିଥିବା ଦୁଇଟି ଥାନା ଅଂଚଳରେ କର୍ପ୍ୟୁ ଜାରି ହୋଇଥିବା ବେଳେ ବେଙ୍ଗାଲୁରୁ ମହାନଗର ନିଗମରେ ୧୪୪ ଧାରା ଜାରି କରାଯାଇଛି । ଏହି ଘଟଣାରେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା କଂଗ୍ରେସ ବିଧାୟକଙ୍କ ଭଣଜା ସହ୧୧୦ ଜଣ ଗିରଫ କରାଯାଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ବେଙ୍ଗାଲୁଲୁ ନଗରୀ ପୁଲିସ ଛାଉଣୀରେ ପରିଣତ ହୋଇଛି ।
Next Post