ବ୍ଲାକ ଫଙ୍ଗସ୍ ଦେଇ ଯାଇଥିବା ଅସହନୀୟ ଯନ୍ତ୍ରଣା ! କାହାର ଆଖି ନାହିଁ ତ କାହାର ଥୋଡ଼ି

ନାଗପୁର: କରୋନା ସଂକ୍ରମଣ ପରେ, ବ୍ଲାକ ଫଙ୍ଗସ୍ ଲୋକଙ୍କୁ ଭୟଭୀତ କରିଛି । ଅନେକ ଲୋକ ଅଛନ୍ତି ଯେଉଁମାନେ ବ୍ଲାକ ଫଙ୍ଗସ୍ କିମ୍ବା ମୁକୋମାଇକୋସିସ୍ ସଂକ୍ରମଣ କାରଣରୁ ଯନ୍ତ୍ରଣା ଭୋଗୁଛନ୍ତି । ଏହି ଲୋକଙ୍କ ହୃଦୟ ଏବଂ ମୁଣ୍ଡ ଉପରେ ଏହାର ପ୍ରଭାବ ସ୍ପଷ୍ଟ ବାରି ହୋଇଯାଉଛି । ବ୍ଲାକ ଫଙ୍ଗସ୍ ସଂକ୍ରମଣ କାରଣରୁ କିଏ ତା ଆଖି ହରାଇଲେ, ତ କାହାର ଥୋଡ଼ିକୁ ବାହାର କରିବାକୁ ପଡିଛି । ଅନେକ ଲୋକ ଅଛନ୍ତି ଯେଉଁମାନେ ଆଖି ବାହାର କରିବା ପରେ କୃତ୍ରିମ ଆଖି  ଏବଂ ଥୋଡ଼ି ବାହାର କରାଯିବା ପରେ ସର୍ଜରୀ ମାଧ୍ୟମରେ ଏହାକୁ ଠିକ୍ କରିବକୁ ଅପେକ୍ଷା କରିଛନ୍ତି । ଲୋକଙ୍କ ଯନ୍ତ୍ରଣାର କାହାଣୀ ଏମିତି ଯେ ଯାହା ଆପଣଙ୍କୁ ଅସ୍ତବ୍ୟସ୍ତ କରିଦେବ ।

୧୩ ଥର ଅସ୍ତ୍ରୋପଚାର କରାଯିବା ପରେ ଗୋଟିଏ ଆଖିକୁ ହଟାଇବାକୁ ପଡିଥିଲା

ଡାକ୍ତରମାନେ କହିଛନ୍ତି ଯେ, ୪୬ ବର୍ଷୀୟ ନବୀନ ପାଲ ମଧ୍ୟ ଭାରତରେ ବ୍ଲାକ ଫଙ୍ଗସ୍ ସଂକ୍ରମଣର ପ୍ରଥମ ରୋଗୀ ଥିଲେ। ଗତ ବର୍ଷ ସେପ୍ଟେମ୍ବରରେ ନବୀନ କରୋନାରେ ସଂକ୍ରମିତ ହୋଇଥିଲେ । କିଛି ଦିନ ପରେ ତାଙ୍କ ଆଖି ଏବଂ ଦାନ୍ତରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା। ସେ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିବା ଡାକ୍ତର କହିଥିଲେ। ଏହା ପରେ ସେ ୬ ମାସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ସମୟରେ ୧୩ ଟି ଅସ୍ତ୍ରୋପଚାର କରାଯାଇଥିଲା । ଶେଷରେ ସଂକ୍ରମଣ ନବ୍ୟାପିବା ପାଇଁ ତାଙ୍କର ଗୋଟିଏ ଆଖି କାଢି ଦିଆଯାଇଥିଲା ।

ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୧.୪୮ କୋଟି ଟଙ୍କା

ଏହି ସମୟରେ ନବୀନ ପାଲଙ୍କ ଚିକିତ୍ସା ପାଇଁ ୧.୪୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିରୁ ଗୋଟିଏ କୋଟି ଟଙ୍କା ରେଲୱେ ଖର୍ଚ୍ଚ କରିଛି। ପାଲଙ୍କ ସ୍ତ୍ରୀ ରେଲୱେରେ କାମ କରନ୍ତି । ଅବଶିଷ୍ଟ ୪୮ ଲକ୍ଷ ଟଙ୍କା ନିଜେ ଖର୍ଚ୍ଚ କରିଥିଲେ । ଏତେ ପରିଶ୍ରମ ପରେ ପାଲଙ୍କ ଜୀବନ ବଞ୍ଚି ଯାଇଥିଲା । ସେ କହିଛନ୍ତି ଯେ ବ୍ଲାକ ଫଙ୍ଗସ୍ ତାଙ୍କୁ ଏକ ଅପୂରଣୀୟ କ୍ଷତ ଦେଇଛି ଯାହାକୁ ସେ କେବେ ଭୁଲି ପାରିବେ ନାହିଁ ।

କୋଭିଡ ସେଣ୍ଟରରେ ଆଖି ହରାଇଥିଲେ

ୟବତମାଲର ବାସିନ୍ଦା ନୀଲେଶ ବେଣ୍ଡେଙ୍କୁ ବ୍ଲାକ ଫଙ୍ଗସ୍ ସଂକ୍ରମଣ କାରଣରୁ ଉଭୟ ଆଖି ହରାଇବାକୁ ପଡ଼ିଥିଲା । ଚଳିତ ବର୍ଷ ମାର୍ଚ୍ଚରେ ସେ କରୋନା ସଂକ୍ରମିତ ହୋଇଥିଲେ । କିଛି ମାସ ପରେ, ପୁଣି ଥରେ କରୋନା ପରୀକ୍ଷା କରାଇବା ପରେ ତାଙ୍କ ରିପୋର୍ଟ ପୁଣି ପଜିଟିଭ୍ ଆସିଥିଲା । ତାଙ୍କୁ ୟବତମାଲର କୋଭିଡ କେୟାର ସେଣ୍ଟରରେ ରଖାଯାଇଥିଲା ଯେଉଁଠାରେ ସେ ତାଙ୍କର ଦୃଷ୍ଟି ଶକ୍ତି ହରାଇଥିଲେ। ଚିକିତ୍ସା ସମୟରେ ପ୍ରଥମେ ତାଙ୍କର ଗୋଟିଏ ଆଖି କାଢିବାକୁ ପଡିଥିଲା। ୧୦ ଦିନ ପରେ ଡାକ୍ତରମାନେ କହିଥିଲେ ଯେ ତାଙ୍କର ଅନ୍ୟ ଆଖି ମଧ୍ୟ କାଢିବାକୁ ପଡିବ।

ଆଖି ହରାଇବା ପରେ ସ୍ୱାମୀ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ

ତାଙ୍କ ପତ୍ନୀ ବୈଶାଳୀ କହିଛନ୍ତି ଯେ, ଆଖି ହରାଇବା ପରେ ତାଙ୍କ ସ୍ୱାମୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ । ତାଙ୍କୁ ସାନ୍ତ୍ୱନା ଦେବା ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା । ନୀଲେଶ ଏକ ଘରୋଇ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ଅସୁସ୍ଥତା ପରେ ସେ ଚାକିରି ମଧ୍ୟ ହରାଇଥିଲେ। ଏମିତି କି ଶେଷ ମାସର ଦରମା ମଧ୍ୟ ତାଙ୍କୁ ମିଳି ନଥିଲା। ନୀଲେଶ କହିଛନ୍ତି ଯେ, ଭଲ ହୋଇଥାନ୍ତା ମୁଁ ମରିଯାଇଥାନ୍ତି । ଏହାପରେ ସ୍ତ୍ରୀ ତାଙ୍କୁ ଅନେକ ଆଶ୍ୱସନା ଦେଇଥିଲେ ।

ଥୋଡ଼ିରେ ଅସ୍ତ୍ରୋପଚାର ପରେ କହିବାରେ ଅସୁବିଧା

ସେହିଭଳି ଅକୋଲାର ଉଭୟ ଅଜୟ ଶିମ୍ପିକର ଏବଂ ସୁବୋଧ କସୁଲକରଙ୍କୁ ବ୍ଲାକ ଫଙ୍ଗସ୍ ସଂକ୍ରମଣ ପରେ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ସଂକ୍ରମଣ ପରେ ଡାକ୍ତର ତାଙ୍କ ଥୋଡ଼ିକୁ ବାହାର କରିଦେଇଥିଲେ। ବର୍ତ୍ତମାନ ଉଭୟଙ୍କୁ ସେମାନଙ୍କର ସାଧାରଣ ରୂପ ପାଇଁ ରି-କନଷ୍ଟ୍ରକ୍ଟିଭ୍ ଅସ୍ତ୍ରୋପଚାର କରିବାକୁ ପଡିବ । କସୁଲକର କହିଛନ୍ତି ଯେ ଅସ୍ତ୍ରୋପଚାର ପରେ ତାଙ୍କୁ କହିବାରେ ଅସୁବିଧା ହେଉଛି। ସେ ସଠିକ୍ ଭାବରେ କହିପାରୁ ନାହାଁନ୍ତି । ଗତ ବର୍ଷ ଅକ୍ଟୋବରରେ ସୁବୋଧ କସୁଲକର କରୋନା ସଂକ୍ରମିତ ହୋଇଥିଲେ। କିନ୍ତୁ ସେ ତାଙ୍କ ଆଖି ଫେରିପାଇଥିଲେ ।

Leave A Reply

Your email address will not be published.