ନିୟମ ଉଲ୍ଲଙ୍ଘନ: ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍ ଦେଲେ ଜରିମାନା

ନୂଆଦିଲ୍ଳୀ  :  କଳା ରଙ୍ଗର କାଚ ଥିବା କାର୍‌ରେ ବୁଲିବା ଏବେ ଅଲ୍ଲୁ ଅର୍ଜୁନଙ୍କୁ ପଡିଛି ମହଙ୍ଗା । ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କ ନାଁରେ ହାଇଦ୍ରାବାଦ ପୋଲିସ୍‌ ମୋଟା ଅଙ୍କର ଚାଲାଣ କାଟିଛି। ଅଲ୍ଲୁଙ୍କୁ ୭୦୦ ଟଙ୍କାର ଜରିମାନା ଭରିବାକୁ ପଡିଛି।

ଅଲ୍ଲୁ ଅର୍ଜୁନ ତାଙ୍କ ରେଞ୍ଜ ରୋଭର ଲଗ୍‌ଜୁରୀ ଏସ୍‌ୟୁଭି କାର୍‌ରେ କଳା ରଙ୍ଗର କାଚ ଲଗାଇଥିଲେ। ଏହାପରେ ପୋଲିସ୍‌ ହାଇବ୍ରାଦାର ବିଜି ସେଣ୍ଟର ରୋଡ୍‌ରେ ଏହା ଦେଖି ତାଙ୍କ କାର୍‌କୁ ଅଟକାଇଥିଲା । ଏହାପରେ କାର୍‌ରେ କଳା କାଚ ଲଗାଇବା ଅଭିଯୋଗରେ ତାଙ୍କ ନାଁରେ ଚାଲାଣ କଟିଥିଲା । ତେବେ ଯେତେବେଳେ ଚାଲାଣ କଟିଥିଲା ସେତେବେଳେ କାର୍‌ରେ ଅଲ୍ଲୁ ଅର୍ଜୁନ ଥିଲେ ନା ନାହିଁ ସେ ନେଇ କିଛି ସୂଚନା ମିଳି ପାରିନାହିଁ।

ସୂଚନା ମୁତାବକ,  ଗାଡି ଗୁଡିକରେ ଟିଣ୍ଟେଡ୍‌ ଗ୍ଲାସ ବ୍ୟତୀତ ସନ୍‌ ଫିଲ୍ମ ଭଳି ଅନ୍ୟାନ୍ୟ ବ୍ୟବହାର କରାଯାଇପାରିବ ନାହିଁ ବୋଲି ୨୦୧୨ ସୁପ୍ରିମକୋର୍ଟ ଏକ ନିୟମ ପାରିତ କରିଥିଲେ। କାର୍‌ ଗୁଡିକ ଟ୍ରାନ୍ସ ପରାଣ୍ଟ କାଚ ଲାଗାଇବ ତେବେ ତାଙ୍କୁ ଜରିମାନା ମଧ୍ୟ ଭୋଗିବାକୁ ପଡିବ।

Leave A Reply

Your email address will not be published.