ଚଳିତ ମାସରେ ବିବାହ କରିବେ ରଣବୀର-ଆଲିଆ

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଯୋଡ଼ି ରଣବୀର କପୁର ଓ ଆଲିଆ ଭଟ୍ଟ ଚଳିତ ମାସରେ ବିବାହ କରିବେ। ରଣବୀର-ଆଲିଆଙ୍କ ବିବାହକୁ ‌ନେଇ ପୂର୍ବରୁ ଅନେକ କଳ୍ପନାଜଳ୍ପନା ଜାରି ରହିଥିଲା। କିନ୍ତୁ ଉଭୟ ଚଳିତ ଏପ୍ରିଲରେ ବିବାହ କରିବେ ବୋଲି ସ୍ପଷ୍ଟ ହୋଇଛି। ତେବେ ସେମାନଙ୍କ ବିବାହ କୌଣସି ବିଳାସପୂର୍ଣ୍ଣ ହୋଟେଲ୍‌ରେ ହେବନାହିଁ।

ରଣବୀରଙ୍କ ପୈତୃକ ଗ୍ରାମରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ରଣବୀର କପୁର ନିଜେ ତାଙ୍କ ବିବାହ ସ୍ଥାନ ଠିକ୍‌ କରିଛନ୍ତି ବୋଲି କୁହାଯାଉଛି। ରଣବୀର କପୁରଙ୍କ ବାପା-ମା’ ଋଷି କପୁର ଏବଂ ନୀତୁ କପୁର ମଧ୍ୟ ୧୯୮୦ ଜାନୁଆରି ୨୦ରେ ଏହି ସମାନ ସ୍ଥାନରେ ବିବାହ କରିଥିଲେ। ରିପୋର୍ଟରୁ ଜଣାପଡ଼ିଛି ଯେ, ରଣବୀର ଏବଂ ଆଲିଆଙ୍କ ବିବାହ ଉତ୍ସବରେ ୪୫୦ ଅତିଥି ଯୋଗ ଦେବେ। ଏପ୍ରିଲ ଦ୍ବିତୀୟ ସପ୍ତାହରେ ବିବାହ ଉତ୍ସବ ହୋଇପାରେ।

Leave A Reply

Your email address will not be published.