ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଜନ୍ମଦିନରେ ସେଲିବ୍ରେଟ୍‌ କରାଯିବ ‘ସୁଶାନ୍ତ ମୁନ୍‌ ଡେ’

ମୁମ୍ବାଇ : ବଲିଉଡର ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ମିଳିଛି ବର୍ଥଡେ ଗିଫ୍ଟ। ଏଣିକି ସୁଶାନ୍ତଙ୍କ ଜନ୍ମଦିନ ଜାନୁଆରୀ ୨୧ରେ ‘ସୁଶାନ୍ତ ମୁନ୍‌ ଡେ’ ରୂପେ ସେଲିବ୍ରିଟ କରାଯିବ। ମୃତ୍ୟୁ ପରେ ବି ସୁଶାନ୍ତଙ୍କୁ ଏପରି ଗିଫ୍ଟ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକାର ଲୁନର ସୋସାଇଟି। ସୁଶାନ୍ତଙ୍କ ଭଲ ପାଇବାକୁ ମନେ ପକାଇ ଏପରି ପଦକ୍ଷେପ ନିଆଯାଇଛି ।

ଅଭିନୟ ପ୍ରତି ସୁଶାନ୍ତଙ୍କର ଅହେତୁକ ଦୁର୍ବଳତା ଥିଲା । ଏପରିକି ସେ ଗ୍ରହ ନକ୍ଷତ୍ରଙ୍କ ବିଷୟରେ ବହୁ ବହି ପଢ଼ୁଥିବା ବେଳେ ଜହ୍ନରେ ଜାଗା ବି କିଣି ଦେଇଥିଲେ। ଏପରିକି ନିଜ ଜାଗାକୁ ଦେଖିବାକୁ ଏକ ବହୁମୂଲ୍ୟର ଦୂରବିକ୍ଷଣ ଯନ୍ତ୍ର କିଣି ନିଜ ଘରେ ରଖିଥିଲେ। ମୃତ୍ୟୁ ପୂର୍ବରୁ ଅନ୍ତରୀକ୍ଷ ଉପରେ ପର୍ଯ୍ୟବେଷିତ ଏକ ଫିଲ୍ମ  ‘ଚନ୍ଦା  ମାମା ଦୂର କେ’ରେ ମେନ୍‌ ଲିଡ ପ୍ଲେ କରିବା ନିମନ୍ତେ ସୁଶାନ୍ତଙ୍କ ନାଁ ମଧ୍ୟ ଫାଇନାଲ ହୋଇଥିଲା। ଏଥିନିମନ୍ତେ ସେ ଖୁବ୍‌ ଉତ୍ସାହିତ ଥିବା ସହ ଆମେରିକା ବି ଯାଇଥିଲେ । ହେଲେ ଏହା ପୂର୍ବରୁ ଘଟିଲା ଅଘଟଣ।୨୦୨୦ ଜୁନ୍‌ ୧୪ରେ ନିଜ ଘରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ଯାହାକି ତାଙ୍କ ଫ୍ୟାନ୍ସଙ୍କୁ ଏକ ଶକ୍ତ ଝଟକା ଦେଇଥିଲା।

Leave A Reply

Your email address will not be published.