‘ସାରେଗାମାପା’ ଛାଡ଼ିଲେ ହୋଷ୍ଟ୍‍ ଆଦିତ୍ୟ ନାରାୟଣ

ମୁମ୍ବାଇ: ସିଙ୍ଗିଙ୍ଗ୍‌ ରିଆଲିଟି ଶୋ’ ସାରେଗାମାପା ଛାଡ଼ିଲେ ଆଦିତ୍ୟ ନାରାୟଣ। ସୋମବାର ଇନ୍‌ଷ୍ଟାଗ୍ରାମ୍‌ ଜରିଆରେ ସେ ଏହି ଶୋ’ ଛାଡ଼ୁଥିବା ନେଇ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଆଉ ଏହି ଶୋ’କୁ ହୋଷ୍ଟ କରିବେ ନାହିଁ। ଦୀର୍ଘ ୧୫ ବର୍ଷ ଧରି ଶୋ’ର ଅଂଶ ଥିବା ଆଦିତ୍ୟ ଏ ଅବସରରେ ସାରେଗାମାପାର କେତେକ ଫଟୋ ସହ ଏକ ନୋଟ୍‌ ମଧ୍ୟ ଲେଖିଛନ୍ତି। ଫଟୋରେ ଆଦିତ୍ୟ ନାରାୟଣଙ୍କ ସହ ଶୋ’ର ଜଜ୍‌ ହିମେଶ ରେଶମିୟା, ବିଶାଲ ଦଦଲାନୀ ଓ ଶଙ୍କର ମହାଦେବନ୍‌ ମଧ୍ୟ ନଜର ଆସିଛନ୍ତି।

ସାରେଗାମାପା ଶୋ’ ଛାଡ଼ୁଥିବା ନେଇ ଘୋଷଣା କରିବା ଅବସରରେ ଆଦିତ୍ୟ ନାରାୟଣ ଲେଖିଛନ୍ତି- ଅତି ଦୁଃଖରେ କହୁଛି ଯେ ମୋତେ ପରିଚୟ ଦେଇଥିବା ଶୋ’ ସାରେଗାମାପାର ହୋଷ୍ଟିଂ ଡ୍ୟୁଟିକୁ ମୁଁ ଛାଡ଼ୁଛି। ଏକ ୧୮ ବର୍ଷର ଟିନ୍‌ ଏଜରରୁ ଜଣେ ସ୍ୱାମୀ ଓ ଏକ ଛୁଆର ବାପା ହେବା ପର୍ଯ୍ୟନ୍ତ। ୧୫ ବର୍ଷ, ୯ ସିଜନ୍‌, ୫୦ ଏପିସୋଡ୍‌… ସମୟ ସତରେ ଉଡ଼ିଯାଏ। ଟିମ୍‌ର ସବୁ ସଦସ୍ୟଙ୍କୁ ଧନ୍ୟବାଦ।

Leave A Reply

Your email address will not be published.