ବିବାଦ ଘେରରେ ଆଲିଆ ଭଟ୍ଟ

ମୁମ୍ବାଇ: ବିବାଦ ଘେରରେ ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ । ଫିଲ୍ମ ‘ଗଙ୍ଗୁବାଈ କାଠିଆବାଡି’କୁ ନେଇ ବିବାଦ ଘେରକୁ ଆସିଛନ୍ତି ଆଲିଆ । ଚଳଚ୍ଚିତ୍ରରେ ଆଲିଆଙ୍କ ଚରିତ୍ରକୁ ଖରାପ ଭାବେ ଦର୍ଶାଯାଇଥିବା ଅଭିଯୋଗ ହୋଇଛି । ଅଭିନେତ୍ରୀ ଆଲିଆ ଫିଲ୍ମରେ ଜଣେ ରୂପଜୀବୀ ଚରିତ୍ରରେ ନଜର ଆସିଛନ୍ତି । ଯାହାକି ନକାରାତ୍ମକ ଭାବେ ଚିତ୍ରିତ କରାଯାଇଥିବା କୁହାଯାଉଛି ।

ଏହି ଫିଲ୍ମରେ ଗଙ୍ଗୁବାଈ ଜଣେ ସାମାଜିକ କର୍ମୀ ଭାବେ ନଜର ଆସିବା କଥା । ହେଲେ ଏହି ଗଙ୍ଗୁବାଈ ଚରିତ୍ର ଜଣେ ସାମାଜିକ କର୍ମୀ ବଦଳରେ ଜଣେ ରୂପଜୀବୀ ଭାବେ ଚିତ୍ରିତ କରାଯାଇଛି । ଗଙ୍ଗୁବାଈଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଓ ତାଙ୍କ ନାତୁଣୀ ଭାରତୀ ଶାହା ସିନେମାର କାହାଣୀକୁ ବିରୋଧ କରିଛନ୍ତି । ଏହି ଅଭିଯୋଗରେ ଖାଲି ଆଲିଆଙ୍କ ନାଁ ନୁହେଁ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଂଜୟ ଲିଲା ବନସାଲିଙ୍କ ନାଁ ରହିଛି । ଗଙ୍ଗୁବାଈଙ୍କ ପୁଅଙ୍କ ଅଭିଯୋଗ ମୁତାବକ, ଫିଲ୍ମ ନିର୍ମାଣ ସମୟରେ ତାଙ୍କ ପରିବାରଠାରୁ କୌଣସି ଅନୁମତି ନିଆଯାଇନଥିଲା। ଆଉ ସେ ଆହୁରି କହିଛନ୍ତି ମୋ ମା’ଙ୍କୁ ଏହି ଫିଲ୍ମରେ ଯେପରି ଚିତ୍ରିତ କରାଯାଇଛି ତାହା ଆମ ପରିବାର ପାଇଁ ସମସ୍ୟା ବଢ଼ାଉଛି । ଲୋକ ଲଜ୍ଜା ପାଇଁ ଆମକୁ ଘର ବାରମ୍ବାର ବଦଳାଇବାକୁ ପଡ଼ୁଛି । ତେବେ ମୁଭିର ଟ୍ରେଲର ରିଲିଜ ହେବା ପରଠାରୁ ଉଭୟ ଆଲିଆ ଓ ସଂଜୟ ଲିଲାଙ୍କ ପାଇଁ ସମସ୍ୟା ବଢିଯାଇଛି ।

Leave A Reply

Your email address will not be published.