ଗର୍ଭାବସ୍ଥାରେ ବି କ୍ୟାମେରା ସାମ୍ନାରେ ବିଶ୍ୱ ପ୍ରସିଦ୍ଧ ଗାୟିକା ରିହାନା

ବିଶ୍ୱର ଲୋକପ୍ରିୟ ଗାୟିକା ରିହାନା ଏବେ ଗର୍ଭବତୀ ଅଛନ୍ତି। ନିଜର ଗର୍ଭଧାରଣକୁ ନେଇ ରିହାନା ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସେ ନିଜ ପ୍ରେମିକ ଆସପ ରକିଙ୍କ ସନ୍ତାନର ମା’ ହେବାକୁ ଯାଉଛନ୍ତି। ରିହାନାଙ୍କୁ ଫ୍ୟାଶନ୍ ଆଇକନ୍ କୁହାଯାଇଥାଏ ଏବଂ ଗର୍ଭାବସ୍ଥାରେ ମଧ୍ୟ ସେ ଫ୍ୟାଶନକୁ କ୍ୟାରି କରିବା ଜାରି ରଖିଛନ୍ତି। ରିହାନା ରିଭିଲିଙ୍ଗ୍‌ ଡ୍ରେସ୍‌ରେ ନଜର ଆସିଛନ୍ତି। ସେ କଳା ରଙ୍ଗର ଫ୍ରଣ୍ଟ ଓପନ୍‌ ଟପ୍‌ ପିନ୍ଧିଛନ୍ତି, ଯେଉଁଥିରେ ତାଙ୍କର ବୋଲ୍ଡନେସ୍‌କୁ ଦେଖି ପ୍ରଶଂସକ ମାନଙ୍କର ହୋସ୍‌ ଉଡ଼ି ଯାଇଛି। ଏହି ସେକ୍ସି ଅବତାରରେ ସେ ନିଜର ବେବି ବମ୍ପ୍‌ ଦେଖାଇଛନ୍ତି। ରିହାନା ଫ୍ରଣ୍ଟ ଓପନ୍ ଟପକୁ ମ୍ୟାଚିଙ୍ଗ୍‌ ରଙ୍ଗର ଜେଗିଙ୍ଗ୍ସ ସହିତ ପେୟାର କରିଛନ୍ତି। ଏହା ସହିତ ସେ ଚଷମା ପିନ୍ଧିଛନ୍ତି ଏବଂ ଷ୍ଟାଇଲିସ୍ ଚୋଟି ତିଆରି କରିଛନ୍ତି, ଯାହା ତାଙ୍କ ଲୁକ୍‌କୁ କମ୍ପ୍ଲିଟ୍‌ କରୁଛି। ରିହାନା ଗତ ଦୁଇ ବର୍ଷ ହେବ ଆସପ ରକିଙ୍କୁ ଡେଟ୍ କରୁଛନ୍ତି।

Leave A Reply

Your email address will not be published.