BAFTA Award 2021: ‘ନୋମାଡଲ୍ୟାଣ୍ଡ’କୁ ଶ୍ରେଷ୍ଠ ଫିଲ୍ମ ସମେତ ଆଉ ୪ଟି ପୁରସ୍କାର

ନୂଆଦିଲ୍ଲୀ: The British Academy Of Film And Television Arts (BAFTA) ଆୱାର୍ଡ ୨୦୨୧ ସଫଳତା ପୂର୍ବକ ସମାପ୍ତ ହୋଇଛି । ଦୁଇ ଦିନ ଧରି ଚାଲିଥିବା ଏହି ପୁରସ୍କାର ସମାରୋହର ୭୪ତମ ସଂସ୍କରଣରେ ସର୍ବମୋଟ ୨୫ଟି କ୍ୟାଟେଗୋରୀରେ ବିଜେତା ମାନଙ୍କ ନାମ ଘୋଷଣା କରାଯାଇଥିଲା । କରୋନା ମହାମାରୀ କାରଣରୁ ଆୱାର୍ଡ ଫକ୍ସସନକୁ ଭର୍ଚୁଆଲ ଆୟୋଜିତ କରାଯାଇଥିଲା । ସମାରୋହର ପ୍ରଥମ ଦିନ ଫିଲ୍ମ ମେକିଂର କ୍ରାଫ୍ଟ ସାଇଡରେ ଗୁରୁତ୍ୱ ଦିଆଯାଇଥିଲା ଏବଂ ୮ଟି କ୍ୟାଟେଗୋରୀରେ ପୁରସ୍କାର ଘୋଷଣା କରାଯାଇଥିଲା । ଏହାପରେ ଦ୍ୱିତୀୟ ବା ଶେଷ ଦିନରେ ୧୭ଟି କ୍ୟାଟେଗୋରୀରେ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଗଲା ।

‘ନୋମାଡଲ୍ୟାଣ୍ଡ’ ଜିତିଲା ସର୍ବାଧିକ ଆୱାର୍ଡସ

ହଲିଉଡ ଡ୍ରାମା ଫିଲ୍ମ ‘ନୋମାଡଲ୍ୟାଣ୍ଡ’ ସର୍ବାଧିକ ୪ଟି ପୁରସ୍କାର ଜିତିଛି । ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଫ୍ରାନସିସ୍ ମ୍ୟାକଡୋରମ୍ୟାଣ୍ଡ ଏହି ଚଳିଚିତ୍ର ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ଆୱାର୍ଡ ହାସଲ କରିଛନ୍ତି । ଅନ୍ୟପଟେ ଫିଲ୍ମର ନିର୍ଦ୍ଦେଶକ କ୍ଲୋ ଝାଓଙ୍କୁ ସର୍ବଶ୍ରେଷ୍ଠ ନିର୍ଦ୍ଦେଶକ ଆୱାର୍ଡ ମିଳିଛି । ବେଷ୍ଟ ଫିଲ୍ମ ଏବଂ ବେଷ୍ଟ ସିନେମାଟୋଗ୍ରାଫି କ୍ୟାଟେଗୋରୀରେ ମଧ୍ୟ ‘ନୋମାଡଲ୍ୟାଣ୍ଡ’ର ନାଆ ରହିଛି । ସେହିପରି ଆନ୍ଥନୀ ହପକିନ୍ସଙ୍କୁ ‘ଦ ଫାଦର’ ଚଳଚିତ୍ର ପାଇଁ ମୁଖ୍ୟ ଅଭିନେତା ଆୱାର୍ଡ ମିଳିଛି ।

‘ମା ରାଇନେ ବ୍ଲାକ ବଟମ’ ଦୁଇଟି ଆୱାର୍ଡ ଆହସ କରିଛି । ଏହି ମ୍ୟୁଜିକାଲ ଡ୍ରାମା ଫିଲ୍ମ କଷ୍ଟ୍ୟୁମ ଡିଜାଇନ ଏବଂ ମେକଅପ, ହେୟାର କ୍ୟାଟେଗୋରୀରେ ପୁରସ୍କାର ବିଜେତା ହୋଇଛି । ପପୁଲାର ଆମେରିକାନ ଡାଇରେକ୍ଟର ନୋଲନଙ୍କୁ ସ୍ପେଶିଆଲ ଭିଜୁଆଲ ଇଫେକ୍ଟ କ୍ୟାଟେଗୋରୀରେ ପୁରସ୍କାର ମିଳିଛି । ଏହା ବ୍ୟତୀତ ‘ସାଉଣ୍ଡ ଅଫ ମେଟାଲ’, ‘ମ୍ୟାଙ୍କ’, ‘ରକ୍ସ’ ସମେତ ଅନେକ ଫିଲ୍ମ ଭିନ୍ନ ଭିନ୍ନ କ୍ୟାଟେଗୋରୀରେ ପୁରାସ୍କାର ହାସଲ କରିଛନ୍ତି ।

Leave A Reply

Your email address will not be published.