୮୮ ବର୍ଷ ବୟସରେ ଆଖି ବୁଜିଲେ ଭେଟେରାନ୍ ଅଭିନେତ୍ରୀ ଶଶିକଳା

ମୁମ୍ବାଇ: ‘କଭି ଖୁସି କଭି ଗମ୍’ ଚଳଚ୍ଚିତ୍ରର ଅଭିନେତ୍ରୀ ଶଶିକଳା ଆଉନାହାଁନ୍ତି । ରବିବାର ୮୮ ବର୍ଷ ବୟସରେ ଶଶିକଳା ଓମ୍ ପ୍ରକାଶ ସାଇଗଲଙ୍କ ଦେହାନ୍ତ ହୋଇଛି । ଶଶିକଳା ମହାରାଷ୍ଟ୍ରର ସୋଲାପୁରରେ ଶଶିକଳା ଜନ୍ମଗ୍ରହଣ କରିଥିଲେ । ପିଲାଟି ଦିନରୁ ଶଶିକଳା ଅଭିନୟ ଆରମ୍ଭ କରିଥିଲେ ।

ଶଶିକଳା ମୁଝସେ ଶାଦି କରୋଗି (୨୦୦୪), ତିନ ବାଟ୍ଟି ଚାର୍ ରାସ୍ତା (୧୯୫୩)ରେ ଅଭିନୟ କରିବା ସହ ଲୋକପ୍ରିୟ ଟେଲିଭିଜନ ସୋ ସୋନପରି ଏବଂ ଜୀନା ଇସି କା ନାମ ହୈରେ ଅଭିନୟର ଯାଦୁ ଦେଖାଇଥିଲେ । ଶହେରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଶଶିକଳା ୧୯୩୨ ମସିହା ଅଗଷ୍ଟରେ ଜନ୍ମ ଗ୍ରହଣ କରିଥିଲେ । ଶଶିକଳା ଡାକୁ, ରାସ୍ତା ଚଳଚ୍ଚିତ୍ରରେ ଅଭିନୟ ପାଇଁ ଲୋକପ୍ରିୟ ହୋଇ ପାରିଥିଲେ ।

ଭାରତୀୟ ସିନେମାକୁ ତାଙ୍କ ଅବଦାନ ପାଇଁ ଶଶିକଳା ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ୨୦୦୭ ମସିହାରେ ପାଇଥିଲେ । ୨୦୦୯ ମସିହାରେ ଶଶିକଳାଙ୍କୁ ଲାଇଫଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ମିଳିଥିଲା । ତାଙ୍କ ବିୟୋଗରେ ବଲିଉଡର ଅନେକ କଳାକାର ଶୋକବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.