୬୬ତମ ଫିଲ୍ମ ଫେୟାର ଆୱାର୍ଡ ନାମାଙ୍କିତ ତାଲିକା ପ୍ରକାଶ

ମୁମ୍ବାଇ: ୬୬ତମ ଫିଲ୍ମ ଫେୟାର ଆୱାର୍ଡ ନାମାଙ୍କିତ ତାଲିକା ପ୍ରକାଶ ପାଇଛି । ଗତବର୍ଷ କରୋନା ମହାମାରୀ ପାଇଁ କେତେକ ଚଳଚ୍ଚିତ୍ର ରିଲିଜ୍ ବନ୍ଦ ହୋଇ ଯାଇଥିଲା । ତେବେ ନିର୍ଦ୍ଦେଶକ ଓ ଅଭିନେତା ଚଳଚ୍ଚିତ୍ରକୁ ଓଟିଟି ମାଧ୍ୟମରେ ପ୍ରସାରିତ କରିଥିଲେ । ନେଟଫ୍ଲିକ୍ସ, ଆମାଜନ ପ୍ରାଇମରେ ବଡ଼ ବଡ଼ ତାରକାଙ୍କ ଅନେକ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଆସନ୍ତୁ ଚଳିତଥର ଫିଲ୍ମ ଫେୟାର ଆୱାର୍ଡରେ କାହାକୁ କେଉଁ ପୁରସ୍କାର ମିଳିବ ।

ଗତବର୍ଷ ଜାନୁଆରୀ ୧୦ ତାରିଖରେ ରିଲିଜ୍ ହୋଇଥିବା ଅଜୟ ଦେବଗନଙ୍କ ଫିଲ୍ମ ତାନାଜୀ-ଦ ଅନସଙ୍ଗ ୱାରିୟର ଶ୍ରେଷ୍ଠ ଫିଲ୍ମ, ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ ଅଭିନେତା, ଟେକ୍ନିକାଲ ଆୱାର୍ଡ, ଶ୍ରେଷ୍ଠ କୋରିଓଗ୍ରାଫି, ଶ୍ରେଷ୍ଠ ସିନେମୋଟୋଗ୍ରାଫି, ଶ୍ରଷ୍ଠ ଆକ୍ସନ ସହ ଅନ୍ୟ ବର୍ଗରେ ଚୟନ ହୋଇଛି । ସେହିଭଳି ଶ୍ରେଷ୍ଠ ଅଭିନେତା ବର୍ଗରେ ସୁଶାନ୍ତ ସିଂହ ରାଜପୁତଙ୍କ ନାଁ ଦିଲ୍ ବେଚାରା ଫିଲ୍ମ ଲାଗି ନାମାଙ୍କିତ ହୋଇଛି । ଅନ୍ୟପଟେ ତାପସୀ ପନ୍ନୁ ଅଭିନୀତ ଫିଲ୍ମ ଥାପ୍ପଡ଼ ମଧ୍ୟ ସମସ୍ତ ବର୍ଗରେ ସ୍ଥାନ ଅକ୍ତିଆର କରିଛି । ପଙ୍ଗା ପାଇଁ କଙ୍ଗନା ରଣାୱତଙ୍କୁ ବେଷ୍ଟ ଆକ୍ଟର ବର୍ଗରେ ଚୟନ କରାଯାଇଛି ।

Leave A Reply

Your email address will not be published.