ଆମୀର ଖାନଙ୍କ ଝିଅ ଇରା ଖାନ୍ ଦେବେ ନିଯୁକ୍ତି

ମୁମ୍ବାଇ: ବଲିଉଡ୍ ଅଭିନେତା ଆମୀର ଖାନଙ୍କ ଝିଅ ଇରା ଖାନ୍ ଦେବେ ନିଯୁକ୍ତି । ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନ କରାଇବା ଲାଗି ଇରା ଏକ ଅଭିଯାନ ଆରମ୍ଭ କରିଛନ୍ତି । ଏଥିପାଇଁ ସେ ନିଯୁକ୍ତି ମଧ୍ୟ ଦେଉଛନ୍ତି । ଯାହାର ପୂରା ତଥ୍ୟ ସେ ଇନଷ୍ଟାଗ୍ରାମରେ ସେୟାର୍ କରିଛନ୍ତି । ମାନସିକ ସ୍ୱାସ୍ଥ୍ୟ ସହ ଲଢ଼ୁଥିବା ଲୋକଙ୍କୁ ସହାୟତା ଲାଗି ଅଭିଯାନ ଆରମ୍ଭ କରିଛନ୍ତି ଇରା ।

ଇରାଙ୍କୁ ୨୫ ଜଣ ଇଣ୍ଟର୍ଣ୍ଣଙ୍କ ଆବଶ୍ୟକତା ରହିଛି । ଏହା ଗୋଟିଏ ମାସର ଇଣ୍ଟର୍ଣ୍ଣସିପ୍ ଅଟେ । ଯେଉଁଥିପାଇଁ ଇରା ୫ ହଜାର ଟଙ୍କା ଦରମା ଦେବେ । ଏଥିପାଇଁ ଦେଶର ଅଲଗା ଅଲଗା ରାଜ୍ୟରୁ ଇଣ୍ଟର୍ସ ଆବଶ୍ୟକ । ଇରା ସମସ୍ତ ଭାଷାଭାଷୀ ଲୋକଙ୍କୁ ସହାୟତା କରିବା ଲାଗି ପ୍ରତି ରାଜ୍ୟ ଜଣେ ଇଣ୍ଟର୍ଣ୍ଣଙ୍କୁ ନେବେ । ସେମାନେ ଆବଶ୍ୟକତା ଥିବା ଲୋକଙ୍କୁ ଫୋନ୍ କିମ୍ବା ଇମେଲ୍ ମାଧ୍ୟମରେ ସହାୟତା କରିବେ । ପ୍ରତିଦିନ ୮ ଘଣ୍ଟା କାମ କରିବାକୁ ହେବ । ୨୨ ମାର୍ଚ୍ଚରୁ କାମ କରିବାକୁ ପଡ଼ିବ ।

ଇରା ତାଙ୍କ ପୋଷ୍ଟରେ ଏକ ଇମେଲ୍ ଆଇଡି ଦେଇଛନ୍ତି । ଯେଉଁଥିରେ ଆଗ୍ରହୀ ପ୍ରାର୍ଥୀ ଆବେଦନ କରିପାରିବେ । ଏଥିସହ ମୁକ୍ତ ଭାବେ ଦୈନିକ ୧ରୁ ୨ ଘଣ୍ଟା ଦେଇପାରୁଥିବା ଲୋକଙ୍କୁ ଆବଶ୍ୟକ କରିଛନ୍ତି ଇରା । ଲକଡାଉନ୍ ପରେ ଦେଶର ଲୋକଙ୍କ ମଧ୍ୟରେ ମାନସିକ ଅଶାନ୍ତି ବୃଦ୍ଧି ପାଇଥିବା ବେଳେ ଇରାଙ୍କ ଅଭିଯାନ ଛୋଟ ହୋଇଥିଲେ ମଧ୍ୟ ବେଶ୍ ଲାଭଦାୟକ ।

Leave A Reply

Your email address will not be published.