ଓସ୍କାର ୨୦୨୧: ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର’କୁ ମିଳିଲା ନୋମିନେସନ୍

ମୁମ୍ବାଇ: ଫିଲ୍ମ ‘ହ୍ୱାଇଟ୍ ଟାଇଗର’ ପାଇଁ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓସ୍କାର ଆୱାର୍ଡସ୍ ପାଇବା ପାଇଁ ମନୋନୀତ ହୋଇଛନ୍ତି । ସୋମବାର ଦିନ ୯୩ ତମ ଏକାଡେମୀ ଆୱାର୍ଡ ପାଇଁ ନାମାଙ୍କନ ତାଲିକା ପ୍ରକାଶ ପାଇଛି ଏବଂ ଏଥିରେ ‘ଦ ହ୍ୱାଇଟ୍ ଟାଇଗର’କୁ ଆଡପ୍ଟ ସ୍କ୍ରିନପ୍ଲେ  କାଟାଗୋରିରେ ସାମିଲ କରାଯାଇଛି । ଏଥର ନେମିନେସନର ଘୋଷଣା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ଗାୟକ ନିକ୍ ଜୋନାସ୍ କରୁଛନ୍ତି । ଏହି ଘୋଷଣା ଅନଲାଇନ୍ ମାଧ୍ୟମରେ କରାଯାଉଛି । ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର ’ ପାଇଁ ଏହାର ଲେଖକ-ନିର୍ଦ୍ଦେଶକ ରମିନ ବହରାନୀଙ୍କୁ ବେଷ୍ଟ ଆଡପଟେଡ୍ ସ୍କ୍ରିନପ୍ଲେ କାଟାଗୋରୀରେ ନୋମିନେସନ୍ କରାଯାଇଛି । ପ୍ରିୟଙ୍କା ଚୋପ୍ରା ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଆମକୁ ବର୍ତ୍ତମାନ ଓସ୍କାର ପାଇଁ ମନୋନୀତ କରାଯାଇଛି । ଅଭିନନ୍ଦନ ରାମୀନ ଏବଂ ଟିମ୍ । ନିଜେ ନୋମିନେସନ୍ ଘୋଷଣା କରିବା ମୋ ପାଇଁ ସ୍ୱତନ୍ତ୍ର ଥିଲା । ସମସ୍ତଙ୍କ ପାଇଁ ଗର୍ବିତ ।‘

ଏହି କୋଟାଗୋରିରେ ଓସ୍କାର ଜିତିବା ପାଇଁ ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର’କୁ ବୋରାଟ ସବଷ୍ଟାଣ୍ଟ ଫିଲ୍ମ ଦ ଫାଦର, ନୋମାଡଲ୍ୟାଣ୍ଡ ଏବଂ ବନ୍ ନାଇଟ୍ ଇନ୍ ମିଆମି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବ । ଏହାପୂର୍ବରୁ ‘ଦ ହ୍ୱାଇଟ୍ ଟାଇଗର’ର ମୁଖ୍ୟ ଅଭିନେତା ଆଦର୍ଶ ଗୌରବଙ୍କୁ ବ୍ରିଟିଶ ଏକାଡେମୀ ଅଫ୍ ଫିଲ୍ମ ଆଣ୍ଡ ଟେଲିଭିଜନ ଆୱାର୍ଡ (ବାଫଟା) ରେ ଶ୍ରେଷ୍ଠ ଅଭିନେତା ଭାବରେ ମନୋନିତ କରାଯାଇଥିଲା ।

ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର’ ୨୨ ଜାନୁଆରୀରେ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିଲା । ଏହି ଫିଲ୍ମରେ ପ୍ରିୟଙ୍କା ଚୋପ୍ରା, ରାଜକୁମାର ରାଓ ଏବଂ ଆଦର୍ଶ ଗୌରବ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଥିଲା । ଫିଲ୍ମ ‘ଦ ହ୍ୱାଇଟ୍ ଟାଇଗର’କୁ ଓସ୍କାର ଆୱାର୍ଡ ମିଳୁଥିବାରୁ ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ଫିଲ୍ମ ଷ୍ଟାରମାନଙ୍କୁ କ୍ରମାଗତ ଭାବରେ ଅଭିନନ୍ଦନ ଜଣାଉଛନ୍ତି । ଏହା ସହିତ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ନୋମିନେସନ୍ ଘୋଷଣା କରିଥିବାରୁ ଲୋକମାନେ ମଧ୍ୟ ଖୁସି ଅଛନ୍ତି । ପ୍ରତିବର୍ଷ ଫେବୃଆରୀ ମାସରେ ଓସ୍କାର ଆୱାର୍ଡର ଆୟୋଜନ ହୋଇଥାଏ କିନ୍ତୁ ଏଥର ମହାମାରୀ ହେତୁ ଏହାକୁ ଏପ୍ରିଲକୁ ଘୁଞ୍ଚାଇ ଦିଆଯାଇଥିଲା ।

Leave A Reply

Your email address will not be published.