ଦମ ଦେଖାଉଛି ସାଉଥ ଫିଲ୍ମ ପୁଷ୍ପା: ଦ ରାଇଜ୍‌ , ଦୁଇ ଦିନରେ ୧୦୦ କୋଟିରୁ ଅଧିକ ରୋଜଗାର

ନୂଆଦିଲ୍ଲୀ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦମ ଦେଖାଇଛି ଫିଲ୍ମ ପୁଷ୍ପା: ଦ ରାଇଜ୍‌ । ଡିସେମ୍ବର ୧୭ ଶୁକ୍ରବାର ରିଲିଜ୍‌ ହୋଇଥିବା ଏହି ଫିଲ୍ମକୁ କେବଳ ଭାରତୀୟ ଦର୍ଶକଙ୍କୁ ନୁହେଁ ବିଦେଶୀ ଦର୍ଶକ ମଧ୍ୟ ପସନ୍ଦ କରିଛନ୍ତି । ବଡ଼ ବଜେଟର ଏହି ବକ୍ସ ଅଫିସରେ ଧମାଲ କରିଛି । ଏହାର ଅଭିନେତା ହେଉଛନ୍ତି ଅଲ୍ଲୁ ଅର୍ଜୁନ । ଅଲ୍ଲୁ ଅର୍ଜୁନ ଷ୍ଟାରର ଏହି ଫିଲ୍ମ ବକ୍ସ ଅଫିସରେ ଦୁଇ ଦିନରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି ।

ଟ୍ରେଡ ଆନାଲିଷ୍ଟ ରମେଶ ବାଲାଙ୍କ ଅନୁସାରେ ପୁଷ୍ପା: ଦ ରାଇଜ୍‌ ରିଲିଜ ହେବାର ଦୁଇ ଦିନ ମଧ୍ୟରେ ବିଶ୍ୱରେ ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି । ଏହି ଫିଲ୍ମ ବକ୍ସ ଅଫିସରେ ୧.୩୦ ମିଲିୟନ ଡଲାର ରୋଜଗାର କରିଛି । ଅର୍ଥାତ ଦୁଇ ଦିନରେ ଆମେରିକାରେ ୧୦ କୋଟି ଟଙ୍କା ରୋଜଗାର କରିଛି ।

ପୁଷ୍ପା ହିନ୍ଦୀ ବକ୍ସ ଅଫିସରେ କେତେ ଟଙ୍କା ରୋଜଗାର କରିଛି ତାହାର ସୂଚନା ଦେଇଛନ୍ତି ତରଣ ଆଦର୍ଶ । ତାଙ୍କ ଅନୁସାରେ ପୁଷ୍ପା ପ୍ରଥମ ଦିନରେ ହିନ୍ଦୀ ବକ୍ସ ଅଫିସରେ ୩ କୋଟି ଏବଂ ଦ୍ୱିତୀୟ ଦିନରେ ୪ କୋଟି ଟଙ୍କା ରୋଜଗାର କରିଛି । ତରଣ ଆଦର୍ଶଙ୍କ ଅନୁସାରେ ଏହି ଫିଲ୍ମ ଦୁଇ ଦିନରେ ହିନ୍ଦୀ ବକ୍ସ ଅଫିସରେ ୭ କୋଟି ଟଙ୍କା ରୋଜଗାର କରିଛି । ଏହି ଫିଲ୍ମ ଅଷ୍ଟ୍ରେଲିଆ ସମେତ ଅନ୍ୟ ଦେଶରେ ମଧ୍ୟ ଭଲ ରୋଜଗାର କରିଛି ।

Leave A Reply

Your email address will not be published.