ସେପ୍ଟେମ୍ବର ୧୦ରେ ସିନେମା ହଲରେ ରିଲିଜ ହେବ କଙ୍ଗନାଙ୍କ ‘ଥଲାଇବୀ’

ମୁମ୍ବାଇ: ତାମିଲନାଡ଼ୁର ଦିବଙ୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜିବନୀ ଉପରେ ଆଧାରିିତ ଫିଲ୍ମ ‘ଥଲାଇବୀ’ ସେପ୍ଟେମ୍ବର ୧୦ରେ ସିନେମା ହଲରେ ରିଲିଜ ହେବ। ବଲିଉଡ କୁଇନ କଙ୍ଗନା ରନାୱତ ଏହି ଫିଲ୍ମରେ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମଟି ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାରେ ରିଲିଜ ହେବ। ଏନେଇ କଙ୍ଗନା ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଫିଲ୍ମଟି ପ୍ରଥମେ ସିନେମା ହଲରେ ଆଉ ପରେ ନେଟଫ୍ଲିକ୍ସରେ ରିଲିଜ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବିଷ୍ଣୁ ବର୍ଦ୍ଧନ ଇନ୍ଦୁରୀଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ‘ଥଲାଇବୀ’ ଫିଲ୍ମର ଟ୍ରେଲର ମାର୍ଚ୍ଚରେ ରିଲିଜ ହୋଇଥିଲା। ଫିଲ୍ମଟି ମାର୍ଚ୍ଚ ୨୩ରେ ରିଲିଜ ହେବା ପାଇଁ ପ୍ରସ୍ତୁତ ଥିଲା। ଦେଶରେ ବଢ଼ୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ରିଲିଜକୁ ସ୍ଥଗିତ ରଖାଯାଇଥିଲା।

Leave A Reply

Your email address will not be published.