ମହିଳାଙ୍କ ହାତ ଗୋଡ ବାନ୍ଧି ସୁନାଗହଣା, ମୋବାଇଲ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଲେ ଦୁର୍ବୁତ୍ତ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ଦିନକୁ ଦିନ ଅସୁରକ୍ଷିତ ହେବାରେ ଲାଗିଛି ରାଜଧାନୀ ଭୁବନେଶ୍ୱର । ଦିନ ଦ୍ୱିପ୍ରହରରେ ଘରେ ପଶି ମହିଳାଙ୍କୁ ହାଣି ଲୁଟି ନେଇଛନ୍ତି ଦୁର୍ବୁତ୍ତ । ମହିଳାଙ୍କ ଘରେ ପଶି ଲୁଟେରା ମାନେ ହାତ ଗୋଡ ବାନ୍ଧି ଦେଇଥିଲେ । ଏହା ପରେ ଘରେ ଥିବା ସୁନାଗହଣା, ମୋବାଇଲ ଏବଂ ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଲୁଟି ନେଇଥିଲେ । ୨ ଜଣ ଲୁଟେରା ଏହି ଲୁଟପାଟ ଓ ଆକ୍ରମଣରେ ସମ୍ପୃକ୍ତ ଥିବା ଜଣାପଡିଛି । ଲୁଟ ପାଇଁ ଆକ୍ରମଣ କରାଯାଇଥିବା

ସହିଦ ନଗରରେ ଘଟି ଯାଇଛି ଏମିତି ଅଭାବନୀୟ ଘଟଣା । ଜଗନ୍ନାଥ ନଗର ସ୍ଥିତ ଲେନ୍‌-୪ରେ ମହିଳାଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି । ନେଇ ମହିଳାଙ୍କ ସ୍ୱାମୀ ଅଭିଯୋଗ କରିଛନ୍ତି । ମହିଳା ଜଣଙ୍କ ଆକ୍ରମଣରେ ଗୁରୁତର ହୋଇଥିବା ବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.