ଅପହରଣର ୪ ଘଣ୍ଟା ପରେ ନାବାଳକ ଉଦ୍ଧାର

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ୯ ବର୍ଷର ନାବାଳକ ମହମ୍ମଦ ମୌଜାମକୁ ଅପହରଣ କରି ନିଆଯାଇଥିଲା । ଅପହରଣର ୪ରୁ ୫ ଘଣ୍ଟା ପରେ ତାକୁ ଉଦ୍ଧାର କରାଯାଇଛି । ବରଗଡ଼ ଇଉଉ ସିମେଣ୍ଟ କାରଖାନାରେ କାର୍ଯ୍ୟରତ ସିଏସଆର ମୁଖ୍ୟ ଜମିଲ ଅଖତର ଖାଁଙ୍କ ପୁଅ ମହମ୍ମଦ ଗତକାଲି ସନ୍ଧ୍ୟାରେ ଦାଣ୍ଡରେ ଖେଳୁଥିବା ବେଳେ ଘରକୁ ଫେରି ନଥିଲା । ପରେ ପୁଅକୁ ଅପହରଣ କରାଯାଇଛି ଏବଂ ୧୦ ଲକ୍ଷ ଦେଲେ ପୁଅକୁ ଫେରାଇବାକୁ ଅପହରଣକାରୀ ଚିଠି ମାଧ୍ୟମରେ ଧମକ୍‌ ଦେଇଥିଲେ । ଖବର ପାଇବା ପରେ ଛକ ବଜାରରେ ଆରମ୍ଭ ହୋଇଯାଇଥିଲା ସର୍ଚ୍ଚ ଅପରେସନ୍‌ । ସ୍ଥାନେ ସ୍ଥାନେ ପାଟ୍ରୋଲିଂ ଓ ବିଭିନ୍ନ ଛକରେ ଗାଡି ଚେକିଂ ଆରମ୍ଭ ହୋଇଥିଲା । ପୋଲିସ ତନାଘନା ପରେ ଭୟରେ ସ୍କୁଲ ନିକଟରେ ନାବାଳକକୁ ଛାଡି ଦେଇଥିଲେ ଅପହରଣକାରୀ । ପୋଲିସ ନାବାଳକକୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.