୧୩ ଲକ୍ଷ ଟଙ୍କାର ୨ ଶହ ଟଙ୍କିଆ ଓ ଶହେ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ : ଜଣେ ଗିରଫ

ଭୁବନେଶ୍ୱର,(ଏସ୍‌.ନ୍ୟୁଜ): ପୁଣି ଜାଲ ନୋଟର କାରବାର ଆରମ୍ଭ ହୋଇଯାଇଛି । ଗଲାବର୍ଷ କିଛିଦିନ ଏହି କାରବାର ଥମିଥିବା ବେଳେ ପୁଣି ନୂଆବର୍ଷରେ ଏହି କାରବାର ଜମିବାରେ ଲାଗିଲାଣି । ଏହି ଅବସରରେ ଯାଜପୁରରୁ ୧୩ ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ଜବତ ହୋଇଛି । ଯାଜପୁର ସହରର ଯାଜପୁର ସନ୍ଥ ମହାଦେବ ନିକଟ ଏକ ଭଡ଼ା ଘରୁ ବିପୁଳ ଜାଲ୍‌ ନୋଟ୍‌ ଜବତ କରିଛି ପୋଲିସ । ଜବତ ଟଙ୍କା ମଧ୍ୟରେ ଏକାଧିକ ୨ ଶହ ଟଙ୍କିଆ ନୋଟ୍‌ ଓ ଶହେ ଟଙ୍କିଆ ଜାଲ୍‌ ନୋଟ୍‌ ରହିଥିବା ଜଣାପଡ଼ିଛି । ମାମଲାରେ ଜଣଙ୍କୁ ଗିରଫ କରିଛି ଯାଜପୁର ପୋଲିସ ।

ଗିରଫ ଅଭିଯୁକ୍ତ ଜଣଙ୍କ ମଙ୍ଗଳପୁର ଥାନା କାଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି । ଗିରଫଙ୍କ ନିକଟରୁ ଜାଲ୍‌ ନୋଟ୍‌ ସହ ଜାଲ୍‌ ନୋଟ ପ୍ରସ୍ତୁତ ପାଇଁ ବ୍ୟବହୃତ ପ୍ରିଣ୍ଟର, କମ୍ପ୍ୟୁଟର, ପେପର୍‌ ସହ ଅନ୍ୟ ସାମଗ୍ରୀ ଜବତ କରାଯାଇଛି । ଏନେଇ ମଧ୍ୟାହ୍ନରେ ପ୍ରେସମିଟରେ ବିସ୍ତୃତ ସୂଚନା ଦେବ ପୋଲିସ । ଜାଲ୍‌ ନୋଟ କାରବାରର ଆଉ କାହାର ସମ୍ପୃକ୍ତି ରହିଛି କି ନାହିଁ ସେନେଇ ପୋଲିସ ତଦନ୍ତ କରୁଛି ।

Leave A Reply

Your email address will not be published.