ନିଶାଶକ୍ତ ଅବସ୍ଥାରେ କଟୁରିରେ ହାଣି ବାପାକୁ ବୀଭତ୍ସ ଭାବେ ହତ୍ୟା କଲା ପୁଅ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): କଟୁରିରେ ବାପାକୁ ହାଣିଲା ପୁଅ  । ନିଶାଶକ୍ତ ଅବସ୍ଥାରେ ବାପାକୁ ପୁଅ ବୀଭତ୍ସ ଭାବେ ହତ୍ୟା କରିଥିବା ଜଣାପଡ଼ିଛି  । ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଞ୍ଚାୟତର ପାଇକପଡା ଗାଁରେ ଏପରି ଏକ ଅଭାବନୀୟ ଘଟଣାଘଟିଛି  ।  ସୂଚନା ଅନୁଯାୟୀ  ଗତକାଲି ରାତିରେ ସେହି ଗାଁର ୩୮ ବର୍ଷୀୟ ପୁଅ ଶ୍ରୀକାନ୍ତ ନାୟକ ତାଙ୍କ ବାପା  ଅନାମ ନାୟକଙ୍କୁ କଟୁରିରେ ହାଣି ହତ୍ୟା କରିଥିଲେ  । ଏନେଇ ଗ୍ରାମବାସୀ ଜାଣିବା ପରେ ଅଭିଯୁକ୍ତ ପୁଅକୁ ଅଟକ ରଖିବା ସହ ତାର ଗୋଡ ହାତକୁ ବାନ୍ଧି ଦେଇଥିଲେ  । ପରେ ପୋଲିସ କୁ ଖବର ଦେଇଥିଲେ ଗ୍ରାମବାସୀ ।

ଗ୍ରାମବାସୀଙ୍କ ଅନୁସାରେ ଶ୍ରୀକାନ୍ତ ଅଧିକାଂଶ ସମୟରେ ନିଶାଶକ୍ତ ଅବସ୍ଥାରେ ରହୁଥିଲା । ନିଶା ପାଇଁ ସେ ସବୁବେଳେ ଘର ଝଗଡା କରୁଥିଲା । ଶ୍ରୀକାନ୍ତକୁ  ନେଇ ତା’ ପରିବାରରେ ଅସନ୍ତୋଷ ରହିଥିଲା ।

Leave A Reply

Your email address will not be published.