ଫେକ୍ ଆଇଡିରୁ ପ୍ରେମ, ଯୁବତୀଙ୍କୁ ୬ ମାସ ଧରି ଗଣଦୁଷ୍କର୍ମ : ୨ ଅଭିଯୁକ୍ତ ଗିରଫ

ରାମପୁର ,ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ରାମପୁରରେ ଫେସବୁକ୍ ଜରିଆରେ ଗୋଟିଏ ସମ୍ପ୍ରଦାୟର ଯୁବକ ନାଁ ବଦଳାଇ ଅନ୍ୟ ସମ୍ପ୍ରଦାୟର ଝିଅକୁ ତାଙ୍କ ପ୍ରେମ ଜାଲରେ ଫଶାଇ ଥିଲେ । ପରେ ସେ ଏବଂ ତାଙ୍କର ୨ ଜଣ ସାଙ୍ଗ ଯୁବତୀଙ୍କୁ ଅନେକ ଥର ଦୁଷ୍କର୍ମ ମଧ୍ୟ କରିଛନ୍ତି । ପରେ ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ବର୍ତ୍ତମାନ ଏହି ମାମଲାରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି ଜେଲ୍ ପଠାଇଦେଇଛି ।

କୁଶୀନଗରର ଜଣେ ଯୁବତୀଙ୍କ ପକ୍ଷରୁ ସ୍ବାର ଥାନାରେ ମାମଲା ରୁଜୁ କରାଯାଇଥିଲା । ଅନ୍ୟ ସଂପ୍ରଦାୟର ଜଣେ ଯୁବକ ଫେକ୍ ନାଁରେ ଫେସବୁକ୍ ଆଇଡି କରି ଯୁବତୀଙ୍କୁ ଫସାଇ ୬ ମାସ ଧରି ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା । ତାଙ୍କର ଅନ୍ୟ ଦୁଇ ଜଣ ସାଙ୍ଗ ମଧ୍ୟ ଏହି ମାମଲାରେ ସାମିଲ ଥିଲେ । ଏହି ମାମଲାରେ ପୋଲିସ ତିନି ଜଣଙ୍କ ବିରୋଧରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଥିଲା । ଏହାପରେ ପୋଲିସ ଏହି ମାମଲାରେ ସଫଳତା ହାସଲ କରି ଦୁଇ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଛି ।

ଅତିରିକ୍ତ ପୋଲିସ ଅଧୀକ୍ଷକ ସଂସାର ସିଂଙ୍କ ଅନୁଯାୟୀ, ଫେସବୁକ ଜରିଆରେ ମହମ୍ମଦ ଆୟାନଙ୍କ ଦ୍ବାରା ରାହୁଲ ନାଁ ଆଇଡି କରି ବନ୍ଧୁତା କରିବା, ବିବାହ ପ୍ରସ୍ତାବ ଦେବା, ଶାରିରୀକ ଶୋଷଣ କରିବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା । ଦୁଇ ଜଣ ଅଭିଯୁକ୍ତଙ୍କୁ ସ୍ବାର ପୋଲିସ ଦ୍ବାରା ଗିରଫ କରାଯାଇଥିଲା । ଯୁବତୀଙ୍କ ଡାକ୍ତରୀ ପରୀକ୍ଷା ପରେ ମାଜିଷ୍ଟ୍ରେଟଙ୍କ ନିକଟରେ ବୟାନ ରେକର୍ଡ କରାଯାଇଛି ।

Leave A Reply

Your email address will not be published.