ବନ୍ଧା ହେଲେ ସନ୍ଥ କାଳୀଚରଣ

ଭୋପାଳ: ରାୟପୁର ଧର୍ମ ସଂସଦ ମହାରାଷ୍ଟ୍ରରୁ ଆସିଥିବା ସନ୍ଥ କାଳୀଚରଣ ଦେଶର ପିତା ମହାତ୍ମା ଗାନ୍ଧୀଙ୍କୁ ଗାଳି ଦେଇଥିବା ନେଇ ତାଙ୍କ ନାମରେ ମାମଲା ରୁଜ୍ଜୁ ହୋଇଥିଲା । ଏହାପରେ ଛତିଶଗଡରୁ ଫେରାର ହୋଇଯାଇଥିଲେ କାଳୀଚରଣ । ଗୁରୁବାର ମଧ୍ୟପ୍ରଦେଶ ଖଜୁରାହୋରୁ ତାଙ୍କୁ ଗିରଫ କରିଛି ରାୟପୁର ପୋଲିସ ।

ରାୟପୁରରେ ଆୟୋଜିତ ଏକ ଧର୍ମ ସଂସଦରେ ମହାତ୍ମା ଗାନ୍ଧୀଙ୍କ ଉପରେ ଆପତ୍ତିଜନତ ମନ୍ତବ୍ୟ ଦେବା ଓ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ପ୍ରଶଂସା କରିବା ଅଭିଯୋଗରେ ଛତିଶଗଡ ପୋଲିସ ଷ୍ଟେସନରେ କାଳୀଚରଣଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଥିଲା । କଳୀଚରଣଙ୍କ ଏପରି ବୟାନରେ ସାରା ଦେଶରେ ତ୍ରୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଜଣେ ସନ୍ଥଙ୍କ ମୁହଁରୁ ଏପରି ଭାଷା ଶୋଭାପାଉ ନଥିବା ଲୋକ କହିଥିଲେ । କାଳୀଚରଣଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ ଛତିଶଗଡ ସିଏମ । ଏହାପରେ କାଳୀଚରଣଙ୍କ ନାମରେ ଛତିଶଗଡ ପୋଲିସ ଷ୍ଟେସନରେ ଧାରା ୫୦୫(୨) ଧାରା ୨୯୪ ଆଧାରରେ ମାମଲା ରୁଜ୍ଜୁ ହୋଇଥିଲା । ରାୟପୁରର ପୂର୍ବତନ ମେୟର ତଥା କଂଗ୍ରେସ ନେତା ପ୍ରମୋଦ ଦୁବେ ମାମଲା ରୁଜ୍ଜୁ କରିଥିଲେ ।

Leave A Reply

Your email address will not be published.