ଭଦ୍ରକ,(ଏସ୍.ନ୍ୟୁଜ): ଲୁଟେରା ମାନଙ୍କର ନଜର ଏବେ ଏଟିଏମ ଉପରେ । ଅଳ୍ପ ପରିଶ୍ରମରେ ବହୁତ ଗୁଡିଏ ଧନ ପାଇବା ଆଶାରେ ଏବେ ଏଟିଏମ ଲୁଟ୍ କରିବା ଡକାୟତ ମାନେ ଏହାକୁ ବେଶୀ ଆପଣାଉଛନ୍ତି । ଏହି ଯେପରି ଆଜି ଏଟିଏମ ମେସିନରେ ଟଙ୍କା ଭର୍ତି କରୁଥିବା ବେଳେ ଟଙ୍କା ଭର୍ତି ଟ୍ରଙ୍କ୍ ଲୁଟି ନେଇଛନ୍ତି ଲୁଟେରା । ବାଇକରେ ଆସିଥିବା ଲୁଟେରା ବନ୍ଧୁକ ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଛି । ଟ୍ରଙ୍କରେ ପ୍ରାୟ ୨୯ ଲକ୍ଷ ଟଙ୍କା ଥିଲା । ଭଦ୍ରକ ଟାଉନ ଥାନା ଅଧିନସ୍ଥ ଚରମ୍ପା ଅଂଚଳରେ ଘଟିଛି ଘଟଣା । ଲଷ୍ମୀ ନାରାୟଣ ମନ୍ଦିର ନିକଟ ଏଟିଏମରେ ଟଙ୍କା ଭର୍ତି କରୁଥିବା ସମୟରେ ଏହି ଲୁଟ ହୋଇଛି ।
ଟଙ୍କା ଭର୍ତି କରୁଥିଲେ ଏଟିଏମ ସଂସ୍ଥାର କର୍ମଚାରୀ । ତିନୋଟି ବାଇକରେ ୬ ଜଣ ଲୁଟେରା ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କାଭତିର୍ତ ଟ୍ରଙ୍କକୁ ଲୁଟି ନେଇଛନ୍ତି । କରିଛନ୍ତି । ସଂସ୍ଥାର ଚାରି ଜଣ କର୍ମଚାରୀଙ୍କୁ ଟାଉନ ଥାନାରେ ପଚରା ଉଚରା କରାଯାଉଛି । ମିଳିଥିବା ସୂଚନା ମୁତାବକ ଯେଉଁ ସମୟରେ ଏଟିଏମରେ କର୍ମଚାରୀ ଟଙ୍କା ଭର୍ତି କରିବାକୁ ଯାଇଥିଲେ, ସେହି ସମୟରେ ଲୁଟେରା ମାନେ ଲୁଟ ଯୋଜନା ପ୍ରସ୍ତୁତ କରିସାରିଥିଲେ ।