ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଉ ଏକ ଟ୍ୱିଷ୍ଟ୍ : ମିଳିଲା ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ଚିଠି , ଲେଖିଛନ୍ତି, କିଛି ବି କରିକି ଡିଭୋର୍ସ କରାଇଦିଅ

ଭୁବନେଶ୍ୱର: (ଏସ. ନ୍ୟୁଜ୍‌): ମୃତ ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ଆଉ ଏକ ଟ୍ୱିଷ୍ଟ୍  । ମିଳିଲା ପତ୍ନୀ ବିଦ୍ୟାଭାରତୀଙ୍କ ଆଉ ଏକ ହାତଲେଖା ଚିଠି  । ଯେଉଁଥିରେ ବିଦ୍ୟା ନିଜର ଭାବନାକୁ ଦୁଃଖରେ ପ୍ରକାଶ କରିଛନ୍ତି  । ଲେଖିଛନ୍ତି, କିଛି ବି କରିକି ଡିଭୋର୍ସ କରାଇଦିଅ  । ପ୍ରଭୁ ତୁମ ପାଖରେ ଋଣୀ ରହିବି  । ଯାଇକି ପୁରୀ ମନ୍ଦିରରେ ଦାସୀ ହୋଇ ସେବା କରିବି  । ସାରା ଜୀବନ କିଛି ବି କରିବି  । ଡିଭୋର୍ସ କରାଇଦିଅ  । ଏମିତି ମଣିଷ ମୁଁ ମୋ ଜୀବନରେ ଦେଖିନି  । ଏତେ ଦୁଃଖରେ କହିଲି , ଆଖି ଲୁହ ବି ଗଡୁଛି  । ଏମିତି ବହୁତ କୋହଭରା ଶବ୍ଦରେ ବିଦ୍ୟା ନିଜର ମନକଥା ଲେଖିଛନ୍ତି  । ଚିଠିରେ ଏପରି କିଛି କଥା ମଧ୍ୟ ଅଛି ଯାହା ସାଧାରଣରେ କହି ହେବନି  । ବେଶ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମଧ୍ୟ ଲେଖିଛନ୍ତି  । ଏଥିରୁ ଜଣାପଡୁଛି ଯେ ସ୍ୱାମୀ ସୌମ୍ୟଙ୍କ ପ୍ରତି ବିଦ୍ୟାଭାରତୀଙ୍କ କି ମାତ୍ରାରେ ଘୃଣାଭାବ ରହିଥିଲା  । ସେହିପରି ଏପ୍ରିଲ ପହିଲା, ଦୁଇ ଏପ୍ରିଲରେ ଇଂରାଜୀରେ ହେଟ ଲେଖି ମଧ୍ୟ ନିଜର ମନ କଥା ଉଦଗାରିଥିଲେ  । ଚିଠିରେ ଗାର କାଟି ହେଟ ଲେଖିଛନ୍ତି  ।

ଗତ ମଙ୍ଗଳବାର ଦିନ ମଧ୍ୟ ଏପରି ଏକ ଚିଠି ତଦନ୍ତକାରୀ ସାଇଣ୍ଟିଫିକ୍ ଟିମ୍ ହାତରେ ଲାଗିଥିଲା  । ଯେଉଁଥିରେ ବିଦ୍ୟା ତାଙ୍କ ମନର କଥାକୁ ବେଶ ଦୁଃଖ ସହକାରେ ପ୍ରକାଶ କରିଥିଲେ  । ପୃଥିବୀରେ ମୁଁ ତମକୁ ସବୁଠାରୁ ଅଧିକ ଘୃଣା କରେ  । ହେ ପ୍ରଭୁ ସବୁ ଭୁଲକୁ କ୍ଷମା କର  । ମୋ ଜୀବନକୁ ନଷ୍ଟ ହେବାକୁ ଦିଅନାହିଁ  । କେମିତି ଆଉ ୩ ଦିନ କଟିବ ୧୨ ତାରିଖରୁ ୧୫ ତାରିଖ ପରେ ଶାନ୍ତିରେ ରହିବି ବୋଲି ଚିଠିରେ ଲେଖାହୋଥିଲା  । ମୁଁ ଏହି ଲୋକକୁ ସବୁଠାରୁ ଅଧିକ ଘୃଣା କରେ  । ମୋ ନାଁକୁ ଏହି ଲୋକ ସହ ଯୋଡିବାକୁ ମଧ୍ୟ ମୋତେ ଖରାପ ଲାଗୁଛି  । ଗୋଟିଏ ଭୁଲ ନିଷ୍ପତ୍ତି କେମିତି ଜୀବନ ନଷ୍ଟ କରିଦିଏ  । ପ୍ଲିଜ ମୋତେ କ୍ଷମା କରିଦିଅ  । ଜୀବନସାରା ପାଇଁ କଷ୍ଟ ଦେଖିପାରିବିନି  । ମୁଁ କାହାର କେବେ କ୍ଷତି କରିନି  । କେବେ କାହାର କ୍ଷତି କେବେ ଚାହିଁନି ବୋଲି ଚିଠିରେ ଲେଖାହୋଇଥିଲା

Leave A Reply

Your email address will not be published.