ମର୍କତନଗର ଅଞ୍ଚଳର ନବ ବିବାହିତ ମୋହିତ ଶର୍ମା ପତ୍ନୀଙ୍କ ନାଁରେ ଆଣିଛନ୍ତି ସାଂଘାତିକ ଅଭିଯୋଗ : ଟୁକ ନାମଧାରୀ ଯୁବକଙ୍କ ସହ ଚାଲିଛି ଅହରାତ୍ରୀ ନଗ୍ନ ଭିଡିଓ ଚ୍ୟାଟିଂ

କଟକ:(ଏସ. ନ୍ୟୁଜ୍‌): ମର୍କତନଗର ଅଞ୍ଚଳର ନବ ବିବାହିତ ମୋହିତ ଶର୍ମା ଆଣିଛନ୍ତି ସାଂଘାତିକ ଅଭିଯୋଗ। ଏ ଅଭିଯୋଗ ପୁଣି ତାଙ୍କ ପତ୍ନୀଙ୍କ ନାଁ ରେ । ଆଉ ଅଭିଯୋଗ ହେଲା ପ୍ରେମ କରି ବାହା ହୋଇଥିବା ଏହି ପତ୍ନୀର ଦେହ ସାରା ରହିଛି ଆଉ କେଉଁ ଯୁବକ ନାଁରେ ପରମାନେଣ୍ଟ ଟାଟୁ। ଖାଲି ସେତିକି ନୁହେଁ, ସେ ଟାଟୁ ପୁଣି ଲେଖିଛନ୍ତି ତାଙ୍କର ପୂର୍ବତନ ପ୍ରେମିକ। ଆଉ ବିବାହ ପରେ ମଧ୍ୟ ସମ୍ପୃକ୍ତ ଟୁକ ନାମଧାରୀ ଯୁବକଙ୍କ ସହ ତାଙ୍କର ଚାଲିଛି ଅହରାତ୍ରୀ ନଗ୍ନ ଭିଡିଓ ଚ୍ୟାଟିଂ।

ଏ ବିଷୟକୁ କେମିତି ସହିବି? ଆଇନ ତ ତାଙ୍କ ହାତରେ। ମୋତେ ସେଥିରୁ ମୁକ୍ତି ଦିଅନ୍ତୁ ବୋଲି କହି ସବୁ ପ୍ରମାଣ ଆଉ ଫଟୋ ଧରି ମର୍କତ ନଗର ଥାନାରେ ସେ ଦାୟର କରିଛନ୍ତି ସଙ୍ଗୀନ ଏତଲା। ଯଦିଓ ଏହି ଏତଲାରେ ଅଭିଯୁକ୍ତ ପତ୍ନୀଙ୍କୁ ଏଯାଏ ଜେରା କରାଯାଇଥିବା ନେଇ ପୁଲିସ କୌଣସି ସୂଚନା ଦେଇନି କିନ୍ତୁ ଏହି ଘଟଣାର ପର୍ଦାରେ ସାମ୍ନାକୁ ଆସିଛି ୨୦୨୦ ବର୍ଷର ବହୁ ଚର୍ଚିତ ଇନ୍ଫୋସିଟି ଫାୟାରିଂ ଘଟଣା। ସେହି ଘଟଣାରେ ଯେଉଁ ଫ୍ୟାଶନ୍ ଡିଜାଇନର ଛାତ୍ରୀଙ୍କୁ ପ୍ରେମିକ ଗୁଳି ମାରିଥିଲା ସେହି ପ୍ରେମିକର ନାଁ ବି ଟୁକ ଥିଲା। ପୁଲିସ ତାଙ୍କୁ ଫେବୃୟାରୀ ୧୩ ତାରିଖରେ ଗିରଫ କରିଥିଲା। ପ୍ରଶ୍ନ ସେହି ଟୁକ ଓରଫ୍ ପ୍ରଦୀପ ଅଗସ୍ତି ଏବେକାର ଅଭିଯୁକ୍ତ ଟୁକ ଏକ ନୁହଁନ୍ତି ତ? ପୁଣି ଯେଉଁ ଝିଅକୁ ନେଇ ସେତେବେଳେ ସାରା ଭୁବନେଶ୍ୱରରୁ ବାଲେଶ୍ୱର ଚର୍ଚିତ ହୋଇଥିଲା, ମୋହିତ୍ ସେହି ଝିଅ କଥା କହୁନାହାନ୍ତି ତ?

କାରଣ ସେତେବଳେ ଗୁଳିକାଣ୍ଡର ଶିକାର ଝିଅର ବାପା କ୍ୟାମେରା ଆଗରେ ଟୁକ ନାମରେ ଜଣେ ଯୁବକଙ୍କୁ ଦାୟୀ କରିଥିଲେ । ଟୁକ ବିବାହିତ ଥାଇ ବି ତାଙ୍କ ଝିଅ ପଛରେ ପଡିଥିଲା । ଝିଅକୁ ଡରାଇ ଧମକାଇ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା । ଝିଅକୁ ଡରାଇବାକୁ ବନ୍ଧୁକ ନେଇ ତା’ ହଷ୍ଟେଲକୁ ଯାଇଥିଲା । ସେଠାରେ ବନ୍ଧୁକ ଦେଖାଇ ଧମକାଉଥିଲା । ଝିଅ ବନ୍ଧୁକକୁ ଖେଳନା ବନ୍ଧୁକ କହିବାରୁ ତା’ ଗୋଡକୁ ଟୁକ ଗୁଳି ମାରିଥିଲା ବୋଲି କହିଥିଲେ ସଂପୃକ୍ତ ଫ୍ୟାଶନ ଡିଜାଇନରଙ୍କ ବାପା ।

କଟକର ସିଡିଏ ସେକ୍ଟରରେ ପରିବାର ସହିତ ରହୁଥିବା ମୋହିତ ନଭେମ୍ବର ୨୫ରେ ବାଲେଶ୍ୱରର ମୋନାଲି (ଛଦ୍ମ ନାମ) ଦାସଙ୍କୁ ପ୍ରେମ ବିବାହ କରିଥିଲେ। କିନ୍ତୁ ଏହା ପରେ ଆରମ୍ଭ ହୋଇଥିଲା ମୋହିତଙ୍କ ମୋହଭଙ୍ଗର ସମୟ । ମୋହିତଙ୍କ ଅନୁସାରେ ପ୍ରେମ ବିବାହ ପରେ ତାଙ୍କ ଜୀବନ ନର୍କ ପାଲଟି ଯାଇଥିଲା । ତାଙ୍କ ପତ୍ନୀ ତାଙ୍କୁ କଥା କଥାକେ ନିର୍ଯାତନା ଦେଉଥିଲେ । ବିବାହର ଚତୁର୍ଥୀ ରାତ୍ରୀରୁ ହିଁ ତାଙ୍କ ସହିତ ମାନସିକ ନିର୍ଯାତନା ଆରମ୍ଭ ହୋଇଥିଲା । ମୋହିତଙ୍କ ଅନୁସାରେ ଚତୁର୍ଥୀ ରାତ୍ରିରେ ତାଙ୍କ ପାଖକୁ ଗୋଟିଏ ଅଜଣା ନମ୍ବରରୁ କଲ ଆସିଥିଲା । କଲ କରିଥିବା ବ୍ୟକ୍ତି ନିଜକୁ ଟୁକ ବୋଲି ପରିଚୟ ଦେଇଥିଲେ । ଆଉ ମୋହିତଙ୍କୁ ନିଜ ପତ୍ନୀଙ୍କଠାରୁ ଦୁରେଇ ରହିବାକୁ ଧମକ ଦେଇଥିଲେ । ମୋହିତଙ୍କ ଅନୁସାରେ ଟୁକ ତାଙ୍କୁ ଧମକ ଦେଇଥିଲା ଯେ, ତୋ ପତ୍ନୀ ସହିତ ମୋର ଆଗରୁ ସମ୍ପର୍କ ଅଛି । ଏମିତିକି ସେ ତା ଗୁପ୍ତାଙ୍ଗରେ ନିଜ ନାମ ଲେଖାଥିବା ଦାବି କରିଥିଲା । ଏହି ଘଟଣା ପରେ ମୋହିତ ଡରି ଯାଇଥିଲେ । କାରଣ ଟୁକ ତାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ ।

Leave A Reply

Your email address will not be published.