୭୧୨ କୋଟି ଜିଏସଟି ଠକେଇର ପର୍ଦ୍ଦାଫାସ

କଟକ,: ରାଜ୍ୟରେ ଏକ ବଡ଼ଧରଣର ଜିଏସଟି ଠକେଇର ପର୍ଦ୍ଦାଫାସ ହୋଇଛି । ଜିଏସଟି ଏନଫୋର୍ସମେଂଟ ଟିମ ରାଉରକେଲାରେ ଚଢାଉ କରି ୭୧୨ କୋଟି ଟଙ୍କାର ୭୧୨ କୋଟି ଟଙ୍କାର ଜାଲ କାରବାର କରି ୧୨୯.୦୯ କୋଟି ଟଙ୍କାର ଜିଏସଟି ଠକେଇ ଘଟଣାର ପର୍ଦ୍ଧାଫାସ କରିଛି । ଏହି ଘଟଣାରେ ଫେରାର ଥିବା କାଶ୍ମୀରା ଅଗ୍ରୱାଲଙ୍କୁ ଗିରଫ କରିଛି । ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।
ବ୍ୟବସାୟୀ କାଶ୍ମୀରା ଅଗ୍ରୱାଲଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ହେବା ପରେ ଜିଏସଟି ଏନଫୋର୍ସମେଂଟ ଟିମ ରାଉରକେଲା ସମେତ ୧୩ ଜାଗାରେ ଚଢାଉ କରିଥିଲା । ଚଢାଉ ବେଳେ ସମ୍ବଲପୁରରୁ ଏନଫୋସମେଂଟ ସ୍କ୍ୱାର୍ଡ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି । ଜିଏସ୍ଟି ଟିମ୍ ଜବତ କାଗଜପତ୍ରଗୁଡ଼ିକୁ ଯାଞ୍ଚ କରିବା ସହ ଗୁଇନ୍ଦା ତଥ୍ୟ ସଂଗ୍ରହ ପରେ ରାଜ୍ୟ ଜିଏସ୍ଟି ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ ବ୍ୟବସାୟୀ କାଶ୍ମୀରା ଅଗ୍ରୱାଲଙ୍କ ବାସଭବନ,ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟ ୧୩ ଗୋଟି ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏକ ସମୟରେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ କାଶ୍ମୀରାଙ୍କ ଠାରୁ ବିଭିନ୍ନ ବ୍ୟବସାୟିକ ବ୍ୟାଙ୍କ ପ୍ରତିଷ୍ଠାନର ରବର ଷ୍ଟାମ୍ପ, ବ୍ୟାଙ୍କ ପାସ୍ବୁକ୍ , ଅନ୍ୟାନ୍ୟ କାଗଜପତ୍ର ଜବତ କରିଥିଲେ। ତେବେ ଏଗୁଡ଼ିକୁ ନକଲି ବ୍ୟବସାୟିକ ପ୍ରତିଷ୍ଠାନ ଜାଣିବାକୁ ପାଇଥିଲେ। ବିଭିନ୍ନ ବ୍ୟାଙ୍କରେ ଏସବୁ ବ୍ୟବସାୟିକ ପ୍ରତିଷ୍ଠାନ ନାଁରେ ବ୍ୟାଙ୍କ ଖାତା ଖୋଲାଯାଇ ପ୍ରଚୁର ଅର୍ଥ କାରବାର କରିଥିବା ଜଣାପଡିବା ପରେ ଜିଏସ୍ଟି ଟିମ୍ ବ୍ୟାଙ୍କ କର୍ମଚାରୀଙ୍କୁ ପଚରାଉଚୁରା କରିଥିଲେ। ପରେ ଘଟଣାର ପର୍ଦ୍ଦାଫାସ କରିବାରେ ସଫଳ ହୋଇଥିଲା । ଏହି ଘଟଣାରେ ଅଧିକ ତଦନ୍ତ ଜାରି ରହିଥିବା ବେଳେ ବ୍ୟବସାୟୀଙ୍କୁ ରିମାଣ୍ଡରେ ନେଇ ଜେରା କରାଯିବ ବୋଲି ଜଣାପଡିଛି ।

Leave A Reply

Your email address will not be published.